ବିମାନ ବନ୍ଦରରେ ଶୋକାକୂଳ ପରିବେଶ : ବାପାଙ୍କ ପାର୍ଥିବ ଶରୀରକୁ କାନ୍ଧ ଦେଲେ ବାବୁ ସାନ

Advertisment

ଅଫେରା ରାଇଜରେ ଓଲିଉଡର  ମହାନାୟକ । ଆଉ ନାହାନ୍ତି ଏଭରଗ୍ରୀନ୍ ହିରୋ । ଦିଲ୍ଲୀରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ଉତ୍ତମ ମହାନ୍ତିଙ୍କ ପାର୍ଥିକ ଶରୀର । ପାର୍ଥିବ ଶରୀରକୁ ବିମାନବନ୍ଦରରୁ ସିଧାସଳଖ ଜଗନ୍ନାଥ ବିହାରସ୍ଥିତି ବାସଭବନକୁ ନିଆଯାଇଛି ।

Updated On

ଅଫେରା ରାଇଜରେ ଓଲିଉଡର  ମହାନାୟକ । ଆଉ ନାହାନ୍ତି ଏଭରଗ୍ରୀନ୍ ହିରୋ । ଦିଲ୍ଲୀରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ଉତ୍ତମ ମହାନ୍ତିଙ୍କ ପାର୍ଥିକ ଶରୀର । ପାର୍ଥିବ ଶରୀରକୁ ବିମାନବନ୍ଦରରୁ ସିଧାସଳଖ ଜଗନ୍ନାଥ ବିହାରସ୍ଥିତି ବାସଭବନକୁ ନିଆଯାଇଛି ।

ଅଦ୍ୟତନ ହୋଇଛି
babu san

Photograph: (kanaknews)

କନକବ୍ୟୁରୋ  : ଅଫେରା ରାଇଜରେ ଓଲିଉଡର  ମହାନାୟକ  । ଆଉ ନାହାନ୍ତି ଏଭରଗ୍ରୀନ୍ ହିରୋ  । ଦିଲ୍ଲୀରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ଉତ୍ତମ ମହାନ୍ତିଙ୍କ ପାର୍ଥିକ ଶରୀର । ପାର୍ଥିବ ଶରୀରକୁ ବିମାନବନ୍ଦରରୁ ସିଧାସଳଖ ଜଗନ୍ନାଥ ବିହାରସ୍ଥିତି ବାସଭବନକୁ ନିଆଯାଇଛି  ।  ସେହି ସମୟରେ ବାବୁ ସାନ ପାର୍ଥିବ ଶରୀରକୁ କାନ୍ଧ ଦେଇଛନ୍ତି , ତାଙ୍କୁ ସମଗ୍ର ଓଡିଶା ଝୁରୁଛି  , ସେଠାରେ ଅନ୍ତିମ ଦର୍ଶନ ପାଇଁ ମରଶରୀରକୁ ରଖାଯାଇଥିବାବେଳେ ପ୍ରବଳ ସଂଖ୍ୟାରେ ଶୁଭେଛୁ, ସିନେପ୍ରେମୀ ପହଂଚିଛନ୍ତି | 

ଯେଉଁ ଓଡିଶାବାସୀଙ୍କୁ ସେ ନିଜ ଅଭିନୟର ଯାଦୁରେ ବାନ୍ଧି ରଖିଥିଲେ ସେହି ମହାନାୟକ କଳାକାର ଆଜି ଅଫେରା ରାଇଜରେ , ତାଙ୍କୁ ସମଗ୍ର ଗାଁ ମଧ୍ୟ ଝୁରୁଛି ଏଥିସହ ତାଙ୍କ ସହପାଠୀଙ୍କ ଆଖିରେ ଆଖିଏ ଲୁହ ସଭିଙ୍କ ମୁହଁରେ ସେହି ଗୋଟିଏ କଥା କଣ ସତରେ ଏତେ ଶିଘ୍ର ଯିବାର ଥିଲା ? ଯେଉଁ ରାଇଜକୁ ସେ ଫେରିଗଲେ ସେଠି ଆଉ ଫେରିବାର ବାଟ ନାହିଁ , 

ତାଙ୍କୁ ମନେପକାଇ ପୁରା ଓଲିଉଡ ଇଣ୍ତଷ୍ଟ୍ରି ଶୋକାକୁଳ ହୋଇପଡିଛି , ତାଙ୍କରି ହାତରେ ସେ ଗଢିଥିଲେ ଅନେକ କଳାକାର ଙ୍କୁ ଆଉଫ ସେ କଳାକାର ଠୁ ଆରମ୍ଭ କରି ସହପାଠୀ ସମସ୍ତଙ୍କ ଆଖିରେ ଲୁହ , ଯେଉଁ ଅଭିନୟର ଯାଦୁରେ ସେ ସମସ୍ତଙ୍କୁ ବାନ୍ଧି ରଖିଥିଲେ ସେହି ଭାବରେ ସେ ସମସ୍ତଙ୍କ ଆଖିରେ ଲୁହ ଦେଇ ଚାଲିଗଲେ , ଆଜି ଗାଁରେ ସମସ୍ତେ ଝୁରୁଛନ୍ତି କୁନିଆଙ୍କୁ ,

ଆଜି ସମସ୍ତେ ଶୋକାକୁଳ ପରିବେଶରରେ ବୁଡିଛନ୍ତି ତାଙ୍କର ଅନେକ ଚଳଚିତ୍ର ଏବେ ବି ଦେଖିଲେ ଆଖିରୁ ଲୁହ ଚାଲିଆସେ , ସେହି ନବେ ଦଶକ ଯେଉଁ ଦଶକରେ ସମସ୍ତେ ତାଙ୍କୁ ଦେଖିବା ପାଇଁ ଏକ ପ୍ରକାର ଖୁସି ହେଉଥିଲେ ଏବେ କିନ୍ତୁ ସେହି ଜନନାୟକଙ୍କୁ  ବାସଭବନରେ କରୁଛନ୍ତି ଅନ୍ତିମ ଦର୍ଶନ । ବାସଭବନରେ ଉତ୍ତମଙ୍କ ଏବେ ବନ୍ଧା ଚାଲିଛି କୋକେଇ  ,

ମାତ୍ର ୬୭ ବୟସରେ ଚିରନିଦ୍ରାରେ ଶୋଇ ଯାଇଛନ୍ତି ଏହି ଏଭରଗ୍ରୀନ ଷ୍ଟାର । ଦିଲ୍ଲୀ ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। ତାଙ୍କ ପରଲୋକରେ ସାରା ଓଡ଼ିଶାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି  ।  ଗତ ୬ ତାରିଖରେ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ବରର କିମ୍‌ସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

 ଉନ୍ନତ ଚିକିତ୍ସା ପାଇଁ ୮ ତାରିଖରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ଲିଭର ସିରୋସିସ୍‌ ସହ ନିମୋନିଆର ଚିକିତ୍ସା ଚାଲିଥିଲା । ସାରା ରାଜ୍ୟରେ ଶହଶହ ପ୍ରଶଂସକ ତାଙ୍କର ଆରୋଗ୍ୟ କାମନା କରିଥିଲେ  ।  ତେବେ ୨୦ ଦିନ କାଳ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଚିରବିଦାୟ ନେଇଛନ୍ତି ଉତ୍ତମ। ତାଙ୍କର ପରଲୋକରେ ଓଲିଉଡ୍‌ରେ ଏକ ଯୁଗର ଅବସାନ ଘଟିଲା ।  ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।ଏଥିସହ ଉତ୍ତମଙ୍କ ଶେଷ ଦର୍ଶନ ପାଇଁ ପହଂଚିଛନ୍ତି  ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦେହାନ୍ତ ଖବର ଆସିବା ପରେ ସମବେଦନା ଜଣାଇଥିଲେ ଓ  ଟ୍ବିଟ୍‌ ମଧ୍ୟ କରିଥିଲେ , 

 ଏବେ ଜାଣନ୍ତୁ ତାଙ୍କ ଜୀବନୀ ବିଷୟରେ କିଛି ସମ୍ୟକ ସୂଚନା 

୧୯୫୮ ଡିସେମ୍ବର ୨୩ ତାରିଖରେ ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଜନ୍ମ
ବାରିପଦା ଏମ୍‌କେସି ଉଚ୍ଚବିଦ୍ୟାଳୟରୁ ସ୍କୁଲ ପାଠ୍ୟକ୍ରମ
ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟରେ ବିଜ୍ଞାନରେ ପଢ଼ିଥିଲେ
କଲେଜ ସମୟରେ ମଞ୍ଚ ନାଟକରେ ନିଜର ଅଭିନୟ ଦକ୍ଷତା ଦେଖାଇଥିଲେ

ବ୍ୟାଡ୍‌ମିଣ୍ଟନ ଓ ଟେବୁଲ ଟେନିସ ଖେଳିବାରେ ଥିଲା ଆଗ୍ରହ
ଚାଡାର୍ଟ ଆକାଉଣ୍ଟ ପଢ଼ିବା ପାଇଁ ଲୁଧିଆନା ଚାଲିଆସିଥିଲେ
ବଡ଼ ଭାଇ ସ୍ବର୍ଗତ ଅରୁଣ ମହାନ୍ତିଙ୍କ ପାଖରେ କୋଲକାତାରେ ପାଠପଢ଼ା ଜାରି ରଖିଥିଲେ

୧୯୭୬ରେ ନିର୍ଦ୍ଦେଶକ ସାଧୁ ମେହେର ‘ଅଭିମାନ’ ପାଇଁ ତାଙ୍କୁ ନେଇଥିଲେ
ପରିବାର ଲୋକଙ୍କ ବିରୋଧ ସତ୍ତ୍ବେ ଭଉଣୀଙ୍କ ପାଇଁ ସୁଯୋଗ ପାଇଥିଲେ
ସୁପରହିଟ୍ ହୋଇଥିଲା ଫିଲ୍ମ ‘ଅଭିମାନ’
ପରେ ଗୋଟିଏ ପରେ ଗୋଟିଏ ଫିଲ୍ମ କରିଚାଲିଲେ

ଶତାଧିକ ଓଡ଼ିଆ ଫିଲ୍ମରେ ଅପ୍ରତିଦ୍ବନ୍ଦ୍ବୀ ନାୟକ ଭାବେ କରିଥିଲେ ଅଭିନୟ
ରୋମାଣ୍ଟିକ ନାୟକ ଭାବେ ବେଶ୍ ପରିଚିତ ଥିଲେ
ଚେହେରା, ଅଭିନୟ, ନୃତ୍ୟ, ଆକ୍ସନ୍ ସବୁଥିରେ ନିଆରାପଣ ବାରି ହୋଇପଡ଼ୁଥିଲା
ଓଡ଼ିଶାର ଘରେ ଘରେ ଅତ୍ୟନ୍ତ ଲୋକପ୍ରିୟ ହୋଇଯାଇଥିଲେ ଉତ୍ତମ

ଓଲିଉଡ୍‌ରେ ସୁପରଷ୍ଟାର୍‌ର ଆଖ୍ୟା ପାଇଥିଲେ
ବ୍ୟକ୍ତିଗତ ଜୀବନରେ ଉତ୍ତମ ଅତ୍ୟନ୍ତ ଭଦ୍ର, ଅମାୟିକ ଥିଲେ
ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଆ ସିନେମା ଜଗତରେ ରାଜ କରିଥିଲେ 

ଏଥିସହ  ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତିଙ୍କ ପରଲୋକରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ପୁଅ ତଥା ଅଭିନେତା ବାବୁସାନଙ୍କ ସହିତ କଥା ହୋଇ ସମବେଦନା ଜଣାଇଛନ୍ତି l

କହିଛନ୍ତି, ସ୍ବର୍ଗତ ଅଭିନେତାଙ୍କ ସହିତ ଅତ୍ୟନ୍ତ ଭଲ ସମ୍ପର୍କ ଥିଲା ଏବଂ ତାଙ୍କ ଅନେକ ସିନେମା ତାଙ୍କୁ ପ୍ରଭାବିତ କରିଛି l ତାଙ୍କ ମରଶରୀର ଦିଲ୍ଲୀରୁ ଭୁବନେଶ୍ୱର ଆସିବା ଦିଗରେ ସମସ୍ତ ସହଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଥିଲେ l ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷ କୃତ୍ୟ ସମ୍ପନ୍ନ ହେବ ବୋଲି ମୁଖମନ୍ତ୍ରୀ ବାବୁସାନଙ୍କୁ କହିଥିଲେ l 

ଉତ୍ତମ ମହାନ୍ତିଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦୁଖ ପ୍ରକାଶ କରିଛନ୍ତି ସେ କହିଛନ୍ତି ତାଙ୍କ ମୃତ୍ୟୁ ଖବର ଶୁଣି ମୁଁ ମର୍ମାହତ , କଳା ଜଗତରେ ବହୁତ ବଡ କ୍ଷତି ଘଟିଛି ଯାହା କେବେ ବି ପୂରଣ ହୋଇପାରିବନି ,

ଏଥିସହ ତାଙ୍କ ବିୟୋଗରେ ରାଷ୍ଟ୍ରପତି ଦୌପର୍ଦି ମୁର୍ମୁ ମଧ୍ୟ ଟ୍ବିଟି କରି ଶୋକ ପ୍ରକାଶ କରିଛନ୍ତି ସେ କହିଛନ୍ତି ତାଙ୍କ ବିୟୋଗ ଖବର ଶୁଣି ମୁଁ ମର୍ମାହତ , ଓଡିଆ ଚଳଚିତ୍ର ବିକାଶରେ ଏକ ଅପୂରଣୀୟ କ୍ଷତି ଘଟିଛି ସେ ଜଣେ ଭଦ୍ର ଅମାୟିକ ବ୍ୟକ୍ତି ଥିଲେ ତାଙ୍କ ପରିବାର ବର୍ଗ ଓ  ପ୍ରଶଂସକ ମାନଙ୍କୁ ମୁଁ ସମବେଦନା ଜଣାଉଛି ,  ଏହାରି ଭିତରେ ବାସଭବନରେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପରିବାରଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ସେହିପରି ଅନ୍ତିମ ଦର୍ଶନ ପାଇଁ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଓଲିଉଡ଼ ସହ ଜଡିତ ବ୍ୟକ୍ତିବିଶେଷମାନେ ପହଂଚିଥିବାବେଳେ ଏଠାରୁ ଶେଷ ଦର୍ଶନ ପରେ ସତ୍ୟନଗର ମଶାଣିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ଅପରାହ୍ନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡିଛି 

ଏବେ  ଆସନ୍ତୁ ଜାଣିବା କିଛି ତାଙ୍କ ଅଭିନୀତି ଫିଲ୍ଲ ବିଷୟରେ ...

ସେ ଅନେକ ଚଳଚିତ୍ରରେ ଅଭିନୟ କରିଥିଲେ , ସେଥିମଧ୍ୟରୁ ସବୁ ଫିଲ୍ଲ ତାଙ୍କର ସୁପରହିଟ ହୋଇଥିଲା ତୀଙ୍କ ଅଭିନୟର ଯାଦୁରେ ସେ ସମସ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲେ , ସେଥିମଧ୍ୟରୁ ଜାଣିରଖନ୍ତୁ କିଛି ଫିଲ୍ଲ ବିଷୟରେ ସମ୍ୟକ ସୂଚନା 

କପାଳ ଲିଖନ, ଲକ୍ଷ୍ମଣରେଖା, ଭୀଷ୍ମ ପ୍ରତିଜ୍ଞା, କନ୍ୟାଦାନ, ଦଇବ ଦଉଡ଼ି, ପୁଅ ମୋର କଳା ଠାକୁର, ପରଦେଶୀ ଚଢ଼େଇ, ଚକା ଡୋଳା କରୁଛି ଲୀଳା, ଠାକୁର ଅଛନ୍ତି ଚଉ ବାହାକୁ, ଟୋପାଏ ସିନ୍ଦୁର ଦିଟୋପା ଲୁହ, ଶାସ୍ତି, ଗୋପରେ ବଢୁଛି କଳା କହ୍ନେଇ, ନୂଆ ଭାଉଜ, ଆମ ଘର ଆମ ସଂସାର, ବିଧିର ବିଧାନ, ଅକୁହା କଥା, ବସ୍ତ୍ର ହରଣ, ମା,  ନାଗ ପଞ୍ଚମୀ, ଭାଗ୍ୟ ହାତେ ଡୋରି, ପାଚେରୀ ଉଠିଲା ମଝି ଦୁଆରୁ,  ରକତ କହିବ କିଏ କାହାର, ସକଳ ତୀର୍ଥ ତୋ ଚରଣେ, ଲକ୍ଷେ ଶିବ ପୁଜି ପାଇଛି ପୁଅ,  ନାରୀ ବି ପିନ୍ଧି ପାରେ ରକ୍ତ ସିନ୍ଦୁର, ସହର ଜଳୁଛି,  

ରୁପା ଗାଁର ସୁନା କନିଆ, ମା ପରି କିଏ ହେବ, ବାଜି, ଅଗ୍ନି ପରୀକ୍ଷା, ସମୟ ଖେଳୁଛି ଚକା ଭଉଁରୀ, ସେଇ ଝିଅଟି, ଧର୍ମ ସହିଲେ ହେଲା,  ମୋ କୋଳ ତୋ ଝୁଲଣା, ଓମ ଶାନ୍ତି ଓମ, କି ହେବ ଶୁଆ ପୋଷିଲେ, ସୁନା ଚଢ଼େଇ, ଫୁଲ ଚନ୍ଦନ, ଉଦଣ୍ଡି ସୀତା, ଯୋର ଯାର ମୂଲକ ତାର ଏମିତି ଆହୁରି ଅନେକ ଫିଲ୍ମ .. ୧୩୦ରୁ ଅଧିକ ଓଡ଼ିଆ ସିନେମାରେ ଦେଖାଇଥିଲେ ଯାଦୁ ,  ହିନ୍ଦୀ ଓ ବଙ୍ଗଳାରେ ବି ଦେଖାଇଥିଲେ ପରାକାଷ୍ଠା .....

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe