କନକ ବ୍ୟୁରୋ: ରାଜ୍ୟର ଅନ୍ୟ ସହରଗୁଡ଼ିକୁ ସ୍ୱଛତାର ମନ୍ତ୍ର ଦେବ ଭୁବନେଶ୍ବର । ଏନେଇ ସ୍ବାକ୍ଷରିତ ହୋଇଛି ଏମଓୟୁ । ଆବର୍ଜନାମୁକ୍ତ ସହର ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି । ଏନେଇ ଅନ୍ୟ ୫ଟି ସହର ସହ ମିଶି ରୋଡମ୍ୟାପ୍ ପ୍ରସ୍ତୁତ କରିଛି ଭୁବନେଶ୍ବର ।

Advertisment

ରାଜ୍ୟର ୫ଟି ସହରକୁ ସ୍ବଛତାର ପାଠ ପଢ଼ାଇବ ଭୁବନେଶ୍ବର। କେନ୍ଦ୍ରାପଡ଼ା, ଦେବଗଡ଼, ଯୋଡ଼ା, ପଟ୍ଟାମୁଣ୍ଡାଇ, ବରଗଡ଼ ସହ ଏମଓୟୁ ସ୍ବାକ୍ଷର କରିଛି ଭୁବନେଶ୍ବର ମହାନଗର ନିଗମ। ବର୍ଜ୍ୟ ପରିଚାଳନା, ନାଗରିକଙ୍କ ଭାଗୀଦାରି ନେଇ କର୍ମଶାଳା, ଘରକୁ ଘର ବର୍ଜ୍ୟବସ୍ତୁ ସଂଗ୍ରହ, ୱେଲ୍ ସେଣ୍ଟର ଆଦିର ଶିକ୍ଷା ଦେବ ବିଏମସି। ସ୍ବଛ ସହର ଯୋଡ଼ି କାର୍ଯ୍ୟକ୍ରମରେ ଏହି ଏମଓୟୁ ସ୍ବାକ୍ଷରିତ ହୋଇଛି। ଆବର୍ଜନାମୁକ୍ତ ରହିବାକୁ ସହରଗୁଡ଼ିକ ପରସ୍ପରକୁ  ଶିଖାଇବେ । 

ଅନ୍ୟ ସହରକୁ ଭୁବନେଶ୍ବର ସ୍ବଛତାର ପାଠ ପଢ଼ାଇବାକୁ ଲକ୍ଷ୍ୟ ରଖିଥିବା ବେଳେ ନିଜେ ରାଜଧାନୀ ଆବର୍ଜନା ସମସ୍ୟାରେ ସନ୍ତୁଳି ହେଉଛି। ବହୁ ସମୟରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ହେଉ କି, ଠିକ୍ ଭାବେ ଆବର୍ଜନା ସଂଗ୍ରହ ଓ ଏହାର ପରିଚାଳନା ପରି ସମସ୍ୟା ରହିଛି। ତେଣୁ ଏହି ଏମଓୟୁ ପରେ କ’ଣ କ’ଣ ଉନ୍ନତି ହେଉଛି, ଦେଖିବାକୁ ବାକି ରହିଲା।