ଜେଡିୟୁ ବିଜୟର ପ୍ରଥମ ପୃଷ୍ଠା ଖୋଲିଲେ ଶାଲିନୀ; କେସରିୟାରୁ ମାରିଲେ ବାଜି

ଜେଡିୟୁର ବିଜୟ ପୃଷ୍ଠା ଖୋଲିଥିଲେ କେସରିଆ ବିଧାନସଭା ଆସନର ପ୍ରାର୍ଥୀ ଶାଲିନୀ ମିଶ୍ରା । ଆରମ୍ଭରୁ ଭୋଟ ଗଣତି ଶେଷ ଯାଏଁ ଆଗୁଆ ରହିଥିଲେ । ୨୨ ରାଉଣ୍ଡ ଗଣତି ସହ ୧୦ ୩୨୭ଖଣ୍ଡ ଭୋଟ ବ୍ୟବଧାନରେ ଜିତିଛନ୍ତି ଶାଲିନୀ

jdu

shalini mishra Photograph: (kanakNews)

କନକ ବ୍ୟୁରୋ: ବିହାରରେ ବିଧାନସଭା ନିର୍ବାଚନ ୨୦୨୫ର ଫଳାଫଳ ପ୍ରାୟ ସ୍ପଷ୍ଟ ହୋଇଗଲାଣି । ଏଠାରେ ଏନଡିଏ  ସରକାର ଗଢ଼ିବା ଥୟ , କାରଣ ମୋଟ ୨୪୩ ବିଧାନସଭା ଆସନରୁ ଏନଡିଏ ୨ଶହରୁ ଅଧିକ ଆସନରେ ବିଜୟ ପତାକା ଉଡ଼ାଇଲାଣି । ଜେଡିୟୁକୁ  ୮୨ଟି ଆସନରେ ବିଜୟ ମିଳିଥିବାବେଳେ ବିଜେପିକୁ ୯୫ ଆସନରେ ଏବଂ LJPRVକୁ ୧୯ ଆସନରେ ବିଜୟ ମିଳିଛି …ଆହୁରି ଗଣନା ବାକି ଅଛି । କହିବାକୁ ଗଲେ ଏଥର ବିହାରରେ ଜେଡିୟୁକୁ ଭଲ ସଫଳତା ମିଳିଛି । ଜେଡିୟୁର ବିଜୟ ପୃଷ୍ଠା ଖୋଲିଥିଲେ କେସରିଆ ବିଧାନସଭା ଆସନର ପ୍ରାର୍ଥୀ ଶାଲିନୀ ମିଶ୍ରା । ଆରମ୍ଭରୁ ଭୋଟ ଗଣତି ଶେଷ ଯାଏଁ ଆଗୁଆ ରହିଥିଲେ । ୨୨ ରାଉଣ୍ଡ ଗଣତି ସହ ୧୦ ୩୨୭ଖଣ୍ଡ ଭୋଟ ବ୍ୟବଧାନରେ ଜିତିଛନ୍ତି ଶାଲିନୀ । ମୋଟ ୩୬୨୯୮ ଭୋଟ ପାଇଛନ୍ତି। ତାଙ୍କ ପ୍ରତିଦ୍ବନ୍ଦ୍ବୀ ବରୁଣ ବିଜୟ ୨୫ ହଜାର ୯୭୧ ଭୋଟ ପାଇଛନ୍ତି ।

ହାରିଯିବେ କି ତେଜସ୍ୱୀ ଯାଦବ? ସବୁ ରାଉଣ୍ଡରେ ରହୁଛନ୍ତି ପଛରେ

ବିହାର :
BJP- 95
JDU-82
RJD-25
LJPRV-20

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe