୧୬ ମାସର ଶିଶୁକନ୍ୟା ଉପରେ ମାଆର ଅମାନୁଷିକ ଅତ୍ୟାଚାର । ବିଦେଶରେ ଥିବା ସ୍ୱାମୀଙ୍କୁ ପଠାଇଲା ମାଡ଼ ମାରିବାର ଭିଡିଓ

Advertisment

ମରିଗଲା ମାଆର ମମତା । ସାମ୍ନାକୁ ଆସିଲା ୧୬ ମାସର ଶିଶୁକନ୍ୟାକୁ ଅମାନୁଷିକ ଭାବେ ମାଡ଼ ମାରିବାର ଭିଜୁଆଲ ।

ମରିଗଲା ମାଆର ମମତା । ସାମ୍ନାକୁ ଆସିଲା ୧୬ ମାସର ଶିଶୁକନ୍ୟାକୁ ଅମାନୁଷିକ ଭାବେ ମାଡ଼ ମାରିବାର ଭିଜୁଆଲ ।

maa mamata

କନକ ବ୍ୟୁରୋ : ମରିଗଲା ମାଆର ମମତା । ସାମ୍ନାକୁ ଆସିଲା ୧୬ ମାସର ଶିଶୁକନ୍ୟାକୁ ଅମାନୁଷିକ ଭାବେ ମାଡ଼ ମାରିବାର ଭିଜୁଆଲ । ଖୋର୍ଦ୍ଧା ବାଣପୁର ଥାନା ଭଗବତୀ ସାହିରେ ଘଟିଛି ଏଭଳି ଲୋମ ହର୍ଷଣକାରୀ ଘଟଣା । 

ଶିଶୁକନ୍ୟାକୁ ମାଡ଼ ମାରିବା ସହ ଏହାର ଭିଡିଓ ମଧ୍ୟ କରିଛନ୍ତି ଅଭିଯୁକ୍ତ ବନିତା ନାୟକ । ଏହାସହ ଏହି ଭିଡିଓକୁ ବିଦେଶରେ ଥିବା ସ୍ବାମୀଙ୍କ ପାଖକୁ ପଠାଛନ୍ତି । ଘଟଣା ଜଣାପଡ଼ିବା ପରେ ପରିବାର ଲୋକେ ବାରପୁର ଥାନାର ଦ୍ବାରସ୍ଥ ହେବା ସହ ଏତଲା ଦେଇଛନ୍ତି । ପୋଲିସ ଶିଶୁକନ୍ୟାକୁ ଉଦ୍ଧାର କରିଛି । ବନିତା ନାୟକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe