କନକ ବ୍ୟୁରୋ : ମରିଗଲା ମାଆର ମମତା । ସାମ୍ନାକୁ ଆସିଲା ୧୬ ମାସର ଶିଶୁକନ୍ୟାକୁ ଅମାନୁଷିକ ଭାବେ ମାଡ଼ ମାରିବାର ଭିଜୁଆଲ । ଖୋର୍ଦ୍ଧା ବାଣପୁର ଥାନା ଭଗବତୀ ସାହିରେ ଘଟିଛି ଏଭଳି ଲୋମ ହର୍ଷଣକାରୀ ଘଟଣା ।
ଶିଶୁକନ୍ୟାକୁ ମାଡ଼ ମାରିବା ସହ ଏହାର ଭିଡିଓ ମଧ୍ୟ କରିଛନ୍ତି ଅଭିଯୁକ୍ତ ବନିତା ନାୟକ । ଏହାସହ ଏହି ଭିଡିଓକୁ ବିଦେଶରେ ଥିବା ସ୍ବାମୀଙ୍କ ପାଖକୁ ପଠାଛନ୍ତି । ଘଟଣା ଜଣାପଡ଼ିବା ପରେ ପରିବାର ଲୋକେ ବାରପୁର ଥାନାର ଦ୍ବାରସ୍ଥ ହେବା ସହ ଏତଲା ଦେଇଛନ୍ତି । ପୋଲିସ ଶିଶୁକନ୍ୟାକୁ ଉଦ୍ଧାର କରିଛି । ବନିତା ନାୟକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/10/27/VOeTdLtR9IC6307hZ01E.jpg)