କନକ ବ୍ୟୁରୋ : ମେଲାଣି ନେଉଛନ୍ତି ମା’। କଟକରେ ମାଆ ଦୁର୍ଗାଙ୍କ ଭସାଣି ପାଇଁ ବ୍ୟାପକ ପ୍ରସ୍ତୁତି । କଟକ ମହାନଗର ନିଗମ, ଜିଲ୍ଲା ପ୍ରଶାସନ ଓ କମିସନରେଟ୍ ପୁଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । କଟକ ଦୁର୍ଗାପୂଜା ଭସାଣି ଉପରେ ନଜର ରଖିବ ଡ୍ରୋନ୍‌ । ଚଳିତ ବର୍ଷ ପ୍ରଥମଥର ପାଇଁ ଏପରି ବ୍ୟବସ୍ଥା କରିଛି କମିସନରେଟ ପୁଲିସ । ଭସାଣି ରୁଟରେ ନଜର ରଖିବା ପାଇଁ ମୋଟ ୫ ଶହରୁ ଅଧିକ ସିସିଟିଭି କ୍ୟାମେରା ଲାଗିଛି । ଏକାଧିକ କଣ୍ଟ୍ରୋଲ ରୁମ୍ ଜରିଆରେ ସିସି ଟିଭି ଗୁଡିକରୁ ମିଳୁଥିବା ଭିଜୁଆଲ ଉପରେ ନଜର ରଖିଛି ପୁଲିସ । ଭସାଣି ପାଇଁ ସହରରେ ମୋଟ ୧୨୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । 

Advertisment