କନକ ବ୍ୟୁରୋ : ନ୍ୟାୟ ପାଇଁ ମାଆର ଆକୁଳ ଅନୁରୋଧ । ଝିଅକୁ ହରାଇ ମାଆ ଆଖିରୁ ଶୁଖୁନି ଲୁହ । ଝିଅ ମୃତ୍ୟୁର ୯ ଦିନ ପରେ ହୋଇଗଲାଣି ହେଲେ କଣ ପାଇଁ ମୃତ୍ୟୁ ହୋଇଛି ତାର କାରଣ ଅସ୍ପଷ୍ଟ ରହିଛି । ମାଆ ଏ ଥାନାରୁ ସେ ଥାନାକୁ ଦଉଡୁଛି ନ୍ୟାୟ ପାଇଁ ହେଲେ ବେଫିକର ପୁଲିସ । କଟକ ନିଆଳି ଥାନା ପଦାତିରା ଗ୍ରାମର ଏହି ଘଟଣା । ସସ୍ମିତା ସ୍ବାଇଁଙ୍କ ବଡ଼ ଝିଅର ମୃତ୍ୟୁରେ ଭାଙ୍ଗିପଡିଛି ଅସହାୟ ମାଆ । ମହିଳାଙ୍କ ସ୍ବାମୀ ଓ ପରିବାର ଲୋକ ନିର୍ୟାତନା ଅକଥନୀୟ ନିର୍ୟାତନା ଦେଉଥିବା ବେଳେ ଦୁଇ ଝିଅଙ୍କୁ ନେଇ ଅଲଗା ରହୁଥିଲେ ସସ୍ମିତା । ଝିଅ ଶେଫାଳୀ ଜଣେ କୃତୀ ଛାତ୍ରୀ ଥିଲେ । ତାଙ୍କୁ କଲେଜ ପକ୍ଷରୁ ମିଳିଛି ଲାପଟପ୍ । ହେଲେ ଏହା ଗ୍ରହଣ କରିବାକୁ ଏବେ ନାହିଁ ଝିଅ । କୋହ ସମ୍ଭାଳି ନପାରି ମୁଣ୍ଡ ପିଟି କାନ୍ଦୁଛି ମାଆ । ମାଆ ମୁହଁରେ ଗୋଟିଏ କଥା ମୋ ଝିଅକୁ ନ୍ୟାୟ ମିଳୁ ।

Advertisment

ଶେଫାଳି ମୃତ୍ୟୁ ପରେ ଏହା ଏକ ଅସ୍ବାଭାବିକ ମୃତ୍ୟୁ ବୋଲି ଦର୍ଶାଯାଇଛି । ଝିଅକୁ ହତ୍ୟା କରାଯାଇଛି ବୋଲି ନିଆଳି ଥାନାରେ ଲିଖତ ଅଭିଯୋଗ କରିଥିଲେ ମାଆ । ହେଲେ ଏପର୍ୟ୍ୟନ୍ତ କୌଣସି ପଦକ୍ଷେପ ନିଆଯାଉନି । ଏତଲା ପରେ ମଧ୍ୟ ଅଭିଯୁକ୍ତଙ୍କୁ ଡାକି ପଚରା ଉଚରା କରାଯାଉନି । ମାତ୍ର ସମସ୍ତ ଘଟଣା ଚପାଇବାକୁ ଉଦ୍ୟମ କରାଯାଉଥିବା ହୋଇଛି ଅଭିଯୋଗ  । ଖୁବଶୀଘ୍ର ଏଥିପ୍ରତି ଗୁରୁତ୍ବ ଦିଆଯାଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆନ୍ଦୋଳନ ଚେତବାନୀ ଦିଆଯାଇଛି ।

ଝିଅ ମୃତ୍ୟୁ ଘଟଣାର ତଦନ୍ତ କରାଯାଇ ଦୋଷୀକୁ ଦଣ୍ଡ ଦେବାକୁ ମାଆ ଅନୁରୋଧ କରିଛି ।