ଚାଲିଛି ମା’ଙ୍କ ଷୋଡ଼ଶ ଉପଚାର:ପୀଠରେ ଚାଲିଛି ମାଙ୍କ ଆରଧାନ

ମାଙ୍କ ଆଗମନି ପାଇଁ ଚାଲିଛି ପ୍ରସ୍ତୁତି । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା

k

କନକବ୍ୟୁରୋ: ମାଙ୍କ ଆଗମନି ପାଇଁ ଚାଲିଛି ପ୍ରସ୍ତୁତି । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ଏହି ପୂଜା ଆଗାମୀ ୧୬ ଦିନ ଧରି ଲାଗି ରହିବ । ଆଶ୍ୱିନ ମାସ କୃଷ୍ଣାଷ୍ଟମୀ ଦ୍ୱିତୀବାହାନ ଓଷା ଠାରୁ ମାଙ୍କ ଷୋଡଶ ଦିବସୀୟ ପୂଜା ହେବାର ପରମ୍ପରା ରହିଛି ।

ମୁଖ୍ୟ ପୁରୋଧା ହିମାଂଶୁ ପତିମିଶ୍ରଙ୍କ ନେତୃତ୍ବ ରେ ଜ୍ଞାନ ରଞ୍ଜନ ପତିଙ୍କ ତତ୍ତ୍ଵାବଧାନରେ ସଂଧ୍ୟାରେ ବ୍ରହ୍ମାକୁଣ୍ଡରୁ ଜଳ ଅଣାଯାଇ ନବରତ୍ନ ବେଦୀରେ ଘଟ ସ୍ଥାପନ କରାଯାଇଥିଲା । 

ଏହା ପରେ ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରୁ ଜଳ ଅଣାଯାଇ ମାଙ୍କୁ ସ୍ନାନ କରାଯାଇ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା ।  ଆଜି ମାଆଙ୍କ ପୀଠରେ ମୋଟ ଦଶ ଗୋଟି କଳସ ସ୍ଥାପନର ଅନନ୍ୟ ପରମ୍ପରା ରହିଛି।

ସେପଟେ ଶୁଭ ସୁନିଆଁ ଠାରୁ ଆରମ୍ଭ ହୋଇଥିବା ମାଙ୍କ ରଥ କାମ ଆଗେଇ ଚାଲିଛି । ଏହି ଷୋଡଶ ଦିବସୀୟ ପୂଜାକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।  

କଟକ ଗଡଚଣ୍ଡୀ ପୀଠରେ ଆଜି ତ୍ରୁତୀୟ ଦିବସୀୟ ଷୋଡଶ ଉପଚାର ପୂଜା ଅନୁଷ୍ଠିତ ହୋଇଛି। ସକାଳୁ ରୀତିନୀତି ଅନୁଯାୟୀ ମାଆଙ୍କର ପୂଜାର୍ଚ୍ଚନା ହେବା ପରେ ସୁନା ବେଶ କରାଯାଇଛି।

ଷୋଡଶ ଦିନାତ୍ମକ ଶରତକାଳୀନ ଷୋଡଶ ଉପଚାର ପୂଜାର ଦ୍ବିତୀୟ ବେଶ ଭାବେ ଆଜି ମାଆ ଗଡଚଣ୍ଡୀ ସୁନା ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି। ମାଆଙ୍କ ଏହି ବେଶ ଦେଖିବା ପାଇଁ ସକାଳୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe