କନକ ବ୍ୟୁରୋ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଡ଼ମପେଟା ଗାଁ ଠାରୁ ବଟେଶ୍ୱର ମନ୍ଦିର ନିକଟସ୍ଥ ସମୁଦ୍ର ବେଳାଭୂମିରେ ଅଲିଭରିଡେଲମାନେ ଗଣ ଅଣ୍ଡାଦାନ କରୁଛନ୍ତି। ସେମାନଙ୍କ ପାଇଁ ୫ କିମି ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି। ଶହେ ମିଟର ବ୍ୟବଧାନରେ ଗୋଟିଏ ଲେଖାଏଁ ୫୦ଟି ସେଗମେଣ୍ଟ୍ ସହ ୮ଟି କୃତ୍ରିମ ପ୍ରଜନନ କେନ୍ଦ୍ର କରାଯାଇଛି । ୨ କିମି ପର୍ଯ୍ୟନ୍ତ ସୁରକ୍ଷା ବାଡ଼ ବୁଲାଯାଇଛି। ବନ ଅଧିକାରୀଙ୍କ ତତ୍ତ୍ୱାବଧାନରେ ସମୁଦ୍ରରେ ପାଟ୍ରୋଲିଂ କରାଯାଉଛି। ବିଭିନ୍ନ ପର୍ଯ୍ୟାୟରେ ୧୪୦ ଜଣ ସୁରକ୍ଷାକର୍ମୀ ନିୟୋଜିତ ହେଇଛନ୍ତି ।
 
ଋଷିକୁଲ୍ୟା ନଦୀ ମୁହାଣ ସଂଲଗ୍ନ ନୀଳ ସମୁଦ୍ରରେ କଇଁଛଙ୍କ ସଙ୍ଗମ ପର୍ବ ଶେଷ ହେବା ପରେ ଗଣଅଣ୍ଡାଦାନ କରିଥାନ୍ତି। ଚଳିତ ବର୍ଷ ପାଗ ଅନୁକୂଳ ଥିବାରୁ ଲକ୍ଷାଧିକ ଅଲିଭରିଡଲେ ଏହି ପ୍ରକ୍ରିୟାରେ ସାମିଲ ହେବେ ବୋଲି ଆଶା କରାଯାଉଛି । ଗତବର୍ଷ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଗଣଅଣ୍ଡାଦାନ ହୋଇ ନଥିଲା। ପ୍ରାୟ ୨ ହଜାର କଇଁଛ ଅଣ୍ଡାଦାନ କରିଥିଲେ । 

Advertisment