କନକ ବ୍ୟୁରୋ : ପାରିବାରିକ ଅଶାନ୍ତି କାରଣରୁ ଛୁଆ ସହ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇଲା ମା । ଗୁରୁତର ଅବସ୍ଥାରେ ମା ଓ ଦୁଇ ବର୍ଷର ଶିଶୁ କଟକ ଏସସିବିରେ ଭର୍ତ୍ତି । କଟକ ସାଲେପୁର ଜଗତପୁର ଥାନା ଅଧୀନ ଆତୋଡା ଗ୍ରାମରେ ଅଭାବନୀୟ ଘଟଣା । ପାରିବାରିକ ଅଶାନ୍ତି କାରଣରୁ  ଘର ବନ୍ଦ କରି ନିଆଁ ଲଗାଇଦେଇଥିଲା ମା । ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । 

Advertisment

ସୂଚନା ମୁତାବକ ଗତକାଲି ସନ୍ଧ୍ୟା ସମୟରେ ଏଭଳି ଘଟଣା ଘଟିଛି ।  ଶୁଚିଶ୍ମିତା ତାଙ୍କ ଦୁଇ ବର୍ଷର ଝିଅକୁ ଘର କବାଟ ବନ୍ଦ କରି ନିଜ ଦେହରେ କିରୋସିନ ଢାଳି ଆତ୍ମ ହତ୍ୟା ଉଦ୍ୟମ କରିଥିଲେ । ଚିତ୍କାର ଶୁଣି  ପଡିଶା କବାଟ ଭାଙ୍ଗି ମା ଓ ଝିଅ କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ମା ଗୁରୁତର ହୋଇ ଏକ ଘରୋଇ ମେଡିକାଲରେ ଚିକିତ୍ସା ହୋଇଥିବା ବେଳେ ଝିଅ ଟି କଟକ ସ୍ଥାନତର ହୋଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।