କନକ ବ୍ୟୁରୋ: ପୁଅକୁ ଗିରଫ କରିବା ପାଇଁ ମାଆର ଗୁହାରି । ପ୍ରଥମେ ଥାନା ଆଉ ଏବେ ଏସପିଙ୍କୁ ଗୁହାରି କରିଛନ୍ତି ମା ଜଣଙ୍କ । ପ୍ରଥମେ ପୁଅ ମାର ଚାଷ ଜମିରେ ବିଷ ପକାଇ ତଳି ନଷ୍ଟ କଲା । ଏନେଇ ଥାନାରେ ଜଣାଇବାରୁ ନିଜ ମାକୁ ନିର୍ଦ୍ଧୁମ ମାଡ଼ ବି ମାରିଲା । ଏଭଳି ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ନଳିହାଡ ଗାଁରୁ । ସୂଚନା ଅନୁସାରେ, ଗାଁ ର ସୁଦଷ୍ଣା ବିଶୋଇଙ୍କ ଚାଷ ଜମିରେ ବିଷାକ୍ତ ଔଷଧ ପକାଇ ତଳି ନଷ୍ଟ କରିଥିଲା ତାଙ୍କ ସାନ ପୁଅ ଲକ୍ଷ୍ମୀକାନ୍ତ ସଂଗ୍ରାମ ସିଂ । ଏନେଇ ପୁଅ ଲକ୍ଷ୍ମୀକାନ୍ତଙ୍କ ନାଁରେ ମାଆ ସୁଦଷ୍ଣା ସଦର ଥାନାରେ ଅଭିଯୋଗ କରିଥିଲେ । ସଦର ଥାନା ପୁଲିସ ତଦନ୍ତ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ହେଲେ ପୁଅ ନାଁରେ ଥାନାରେ ଏତଲା ଦେଇଥିବାରୁ ମାଙ୍କୁ ନିର୍ଦ୍ଧୁମ ମାଡ଼ ମାରିଥିଲା ପୁଅ । ସଦର ଥାନାରେ ଅଭିଯୋଗ କରିଥିଲେ ସୁଦ୍ଧା ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବାରୁ ସୁଦଷ୍ଣା ବ୍ରହ୍ମପୁର ଏସ୍‌ପି ଡି ଶ୍ରର୍ବଣ ବିବେକ ଏମ୍‌ଙ୍କୁ ସାକ୍ଷାତ କରି ନ୍ୟାୟ ପାଇଁ ଗୁହାରି କରିଛନ୍ତି ।