କନକ ବ୍ୟୁରୋ: ରାଜ୍ୟରେ ବଢୁଛି କୁମାରୀ ମାତୃତ୍ବ । ବିଭିନ୍ନ ଜିଲ୍ଲାରୁ ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସିବା ପରେ ଯେତିକି ଚିନ୍ତା ବଢୁଛି, ସେତିକି ପ୍ରଶ୍ନ ମଧ୍ୟ ସୃଷ୍ଟି ହୋଇଛି । ରାୟଗଡାରୁ କନ୍ଧମାଳ, ବାରିପଦାରୁ ଜଗତସିଂପୁରରୁ ଲଗାତାର ଏଭଳି  ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିବା ପରେ ଏବେ ଅସୁରିକ୍ଷତ ମାତୃତ୍ବକୁ ନେଇ ନୂଆ ତର୍କ ଆରମ୍ଭ ହୋଇଛି । 

Advertisment

ଆବାସିକ ବିଦ୍ୟାଳୟ ହଷ୍ଟେଲରେ ରହୁଥିବା ଛାତ୍ରୀ ଗର୍ଭବତୀ ହେଉଛନ୍ତି । କିଏ ହଷ୍ଟେଲରେ ଥିବା ବେଳେ ତ ଆଉ କିଏ ଛୁଟିରେ ଘରକୁ ଯାଇ ଗର୍ଭବତୀ ହୋଇ ଆବାସିକ ବିଦ୍ୟାଳୟ ହଷ୍ଟେଲକୁ ଫେରୁଛନ୍ତି  । ବିଶେଷକରି ୧୨ରୁ ୧୯ ବର୍ଷ ବୟସର ଛାତ୍ରୀ ଗର୍ଭବତୀ ହେଉଛନ୍ତି । ଏଭଳି ମାତୃତ୍ବ ସଂଖ୍ୟା  ରାୟଗଡ଼ା ଜିଲ୍ଲାରେ ବଢ଼ିବାରେ ଲାଗିଛି  । ଏଥିପାଇଁ ବୁଦ୍ଧିଜୀବୀମାନେ ସଚେତନତା ଅଭାବକୁ ଦାୟୀ କରିଛନ୍ତି ରାୟଗଡ଼ା ଜିଲ୍ଲା ସମାଜ ମଙ୍ଗଳ ବିଭାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ,

ବଢୁଛି ଲଜ୍ଜାଜନକ ଘଟଣା, ଅସୁରକ୍ଷିତ କିଶୋରୀ ମାତୃତ୍ବ
-ରାୟଗଡ଼ା ଜିଲ୍ଲାରେ ମୋଟ୍ ୫୯୩ଟି ହଷ୍ଟେଲ ଅଛି 
-ଏଥିରେ ୫୧, ୧୨୨ ଅନ୍ତେବାସୀ ରହୁଛନ୍ତି 
-ଜିଲ୍ଲାର ୧୧ଟି ବ୍ଳକ୍ ମଧ୍ୟରୁ ରାୟଗଡ଼ା ବ୍ଳକରେ ସର୍ବାଧିକ ୭୯ଟି ହଷ୍ଟେଲରେ ୬, ୬୭୮ ପିଲା ଅଛନ୍ତି 
-୭ଟି ଅନ୍ୱେଷା ହଷ୍ଟେଲରେ ୧, ୩୦୫ ଜଣ ରହୁଛନ୍ତି 
-ଚନ୍ଦ୍ରପୁର ବ୍ଲକରେ ୨୬ଟି ହଷ୍ଟେଲ ଅଛି
-ଏଥିରେ ୨, ୬୭୩ ଜଣ ଅନ୍ତେବାସୀ ରହୁଛନ୍ତି 
 -ଗୁଡ଼ାରି ବ୍ଲକର ୩୬ଟି ହଷ୍ଟେଲରେ ୨,୯୧୪ ଅନ୍ତେବାସୀ 
-ଗୋଟିଏ ଅନ୍ୱେଷା ହଷ୍ଟେଲରେ ୧୬୮ ଜଣ ଅନ୍ତେବାସୀ ରହୁଛନ୍ତି 
-ରାୟଗଡ଼ା ଜିଲ୍ଲାରେ ଗତ ୫ ବର୍ଷରେ ୧୨ ଜଣ କିଶୋରୀ ଗର୍ଭବତୀ

ନିକଟରେ ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷିରୁ ମଧ୍ୟ ଜଣେ ନାବାଳିକା ଗର୍ଭବତୀ ହେବା ଘଟଣା କେବଳ ଅଭିଭାବକଙ୍କ ଚିନ୍ତା ବଢ଼ାଇ  ନଥିଲା, ବଂର ସମାଜରେ ବଢ଼ୁଥିବା ଏଭଳି ଲଜ୍ଜାଜନକ ଘଟଣାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଛିଡ଼ା କରିଛି ।

ବଢୁଛି ଲଜ୍ଜାଜନକ ଘଟଣା, ଅସୁରକ୍ଷିତ କିଶୋରୀ ମାତୃତ୍ବ
ଅଷ୍ଟମ ଶେଣୀ ଛାତ୍ରୀ ଗର୍ଭବତୀ ହୋଇଥିଲେ
ଛାତ୍ରୀ ଜଣଙ୍କ ଗ୍ରୀଷ୍ମ ଛୁଟିରେ ତାଙ୍କ ଘରକୁ ଯାଇଥିଲେ
କିଛିଦିନ ପୂର୍ବରୁ ଘରୁ ହଷ୍ଟେଲକୁ ଆସିଥିଲେ
ସ୍କୁଲରେ ହଠାତ୍ ଅସୁସ୍ଥ ହୋଇପଡିଥିଲେ
ହଷ୍ଟେଲ ୱାର୍ଡେନ ଛାତ୍ରୀଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ
 ବିଭିନ୍ନ ପରୀକ୍ଷା ପରେ ଛାତ୍ରୀ ଗର୍ଭବତୀ ଥିବା ଜଣାପଡ଼ିଥିଲା

ସେହି ଭଳି ଆଉ ଜଣେ ନାବାଳିକା ଗର୍ଭବତୀ। ସେବାଶ୍ରମ ଛାତ୍ରୀ ଗର୍ଭବତୀ ଖବର ଆସିଛି କନ୍ଧମାଳରୁ। ବେଲଘର ଥାନା ଅନ୍ତର୍ଗତ ରାଙ୍ଗାପାରୁ ଆଶ୍ରମ ବିଦ୍ୟାଳୟର ଜଣେ ୧୦ମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣା ସାମ୍ନାକୁ ଆସିଛି। 

ବଢୁଛି ଲଜ୍ଜାଜନକ ଘଟଣା, ଅସୁରକ୍ଷିତ କିଶୋରୀ ମାତୃତ୍ବ
-କନ୍ଧମାଳରେ ମଧ୍ୟ ଘଟୁଛି ଲଜ୍ଜାଜନକ ଘଟଣା
-ଦଶମଶ୍ରେଣୀ ଛାତ୍ରୀ ଗର୍ଭବତୀ
-ସନ୍ଦେହପରେ ଛାତ୍ରୀଙ୍କ ପରିବାରକୁ ସୂଚନା ଦେଇଥିଲେ ସ୍କୁଲ କତ୍ତୁପକ୍ଷ
-ଡାକ୍ତରୀ ପରୀକ୍ଷାପରେ ଛାତ୍ରୀ ଜଣଙ୍କ ଗର୍ଭବତୀ ଥିବା ଜଣାପଡ଼ିଛି
-ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ପକ୍ଷରୁ ତୁମୁଡ଼ିବନ୍ଧ ଥାନାରେ ଏତଲା ଦିଆଯାଇଛି। ମାମଲା ରୁଜୁ କରି ତଦନ୍ତ କରୁଛି ତୁମୁଡ଼ିବନ୍ଧ ଥାନା ପୁଲିସ୍। 

ସେହିପରି ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ଜଳେଶପଟା ଏସଏସଡି ଆଶ୍ରମ ବିଦ୍ୟାଳୟରୁ ଆସିଛି ସମାନ ଅଭିଯୋଗ
ଦୁଇ ଜଣ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣା ସାମନା କୁ ଆସିଛି
ମାସିକ ଋତୁସ୍ରାବକୁ ନେଇ ସନ୍ଦେହ କରିଥିଲେ ବିଦ୍ୟାଳୟ କର୍ତ୍ତୃପକ୍ଷ
ଛାତ୍ରୀଙ୍କ ପରିବାର ଲୋକଙ୍କୁ ଡ଼କାଇ ତୁମୁଡ଼ିବନ୍ଧ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ରେ ଡ଼ାକ୍ତରୀ ପରୀକ୍ଷା କରାଇଥିଲେ
ଡ଼ାକ୍ତରୀ ପରୀକ୍ଷା କରିବା ପରେ ୩ ମାସ ର ଛାତ୍ରୀ ଗର୍ଭବତୀ ଥିବା ଜଣା ପଡିଛି

ଏ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଙ୍କ ପକ୍ଷରୁ ପୃଥକ ପୃଥକ ଭାବେ ତୁମୁଡ଼ିବନ୍ଧ ଥାନା ବେଲଘର ଥାନା ରେ ଏତଲା ଦିଆ ଯାଇଛି । ଦିନକ ତଳେ ରାୟଗଡ଼ା ଜିଲ୍ଲାରୁ ବି ସେମିତି ଏକ ଖବର ଆସିଥିଲା। ବିଷମକଟକ ବ୍ଲକ୍ ଡକୁମ ଅନୁସୂଚିତ ଜାତି ଓ ଜନଜାତି ସରକାରୀ ଆବାସିକ ବିଦ୍ୟାଳୟର ଜଣେ ଛାତ୍ରୀ ଗର୍ଭବତୀ। ଏ ନେଇ ଥାନାରେ ଏତଲା ଦେଇଛନ୍ତି ପ୍ରଧାନ ଶିକ୍ଷୟତ୍ରୀ। ଛାତ୍ରୀଙ୍କ ବୟାନ ଆଧାରରେ ଜଣେ ନାବାଳଳକକୁ ଗିରଫ କରିଛି ପୋଲିସ..। 

ଅସୁରକ୍ଷିତ ମାତୃତ୍ବ
-ଅପବାଦ ମୁଣ୍ଡାଉଛି ଓଡ଼ିଶା
-ସ୍କୁଲ ଛାତ୍ରୀ ହେଉଛନ୍ତି ଗର୍ଭବତୀ
-କଅଁଳ ବୟସରେ ଭୋଗୁଛନ୍ତି ପ୍ରସବ ଯନ୍ତ୍ରଣା
-୨୫ ଜୁଲାଇ ୨୦୨୫: କନ୍ଧମାଳରେ ୨ଜଣ ଦଶମ ଛାତ୍ରୀ ଗର୍ଭବତୀ
-ଛୁଟି ପରେ ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ ବେଳେ ସାମ୍ନାକୁ ଆସିଛି ମାମଲା
-ମୁଣ୍ଡ ନୁଆଁଇଦେଉଛି ଗତ ସପ୍ତାହେ ଭିତରେ ୪ର୍ଥ ମାମଲା
-୨୬ ଫେବୃଆରୀ ୨୦୨୫: ମାଲକାନଗିରିରେ ଦଶମ ବୋର୍ଡ ପରୀକ୍ଷା ଦେଉଥିବା ୧୫ ବର୍ଷର ଛାତ୍ରୀ ଗର୍ଭବତୀ ଥିବା ଜଣାପଡ଼ିଥିଲା
-ନାବାଳିକା ମାତୃତ୍ବ ଘଟଣାକୁ ନେଇ ବିଧାନସଭାରେ ଉଠିଥିଲା ଝଡ଼
-୨୦୦୯ରୁ ୨୦୧୯ ମସିହା ଭିତରେ ଆବାସିକ ସ୍କୁଲର ୧୬ ଝିଅ ହୋଇଥିଲେ ଗର୍ଭବତୀ
-୨୦୧୧ରୁ ୨୦୧୬ ମସିହା ମଧ୍ୟରେ ୧୨ ଛୁଆ ଜନ୍ମ କରିଥିଲେ ଆଦିବାସୀ ସ୍କୁଲ ଝିଅ
-ଏ ସମସ୍ତ ମାମଲାରେ ମୋଟ ୩୪ଜଣ ହୋଇଥିଲେ ଗରଫ

୨୦୧୫ରୁ ୨୦୨୨ ମଧ୍ୟରେ ରାଜ୍ୟ ସରକାରଙ୍କ ଆବାସିକ ସ୍କୁଲ୍‌ରେ ୫ଜଣ ଗର୍ଭବତୀ 
ଅନେକ ସମୟରେ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ମାନବାଧିକାର କମିସନ