ସ୍ବାମୀଙ୍କ ସହ ଝଗଡ଼ା ହେଲା, ଦୁଇ ପିଲାଙ୍କୁ ଅଣ୍ଟାରେ ବାନ୍ଧି କୂଅକୁ ଡେଇଁପଡ଼ିଲେ ସ୍ତ୍ରୀ

ଉତ୍ତରପ୍ରଦେଶ  ଫତେହପୁର ଜିଲ୍ଲାରେ ଏକ ଛାତିଥରା ଘଟଣା  ଘଟିଛି । ଘରୋଇ କଳିକୁ ନେଇ ଗଭୀର କୂଅକୁ ଦୁଇ ପିଲାଙ୍କ  ସହ  ଡେଇଁପଡ଼ିଲେ  ମହିଳା ।

 କୂଅକୁ ଡେଇଁଲେ

କୂଅକୁ ଡେଇଁଲେ Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ: ଉତ୍ତରପ୍ରଦେଶ ଫତେହପୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ଘରୋଇ କଳିକୁ ନେଇ ମହିଳା ଜଣକ ଏଭଳି ପଦକ୍ଷେପ ନେଇଛନ୍ତି ଯାହା ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ସ୍ବାମୀଙ୍କ ସହ ଝଗଡ଼ା ହେବାରୁ ରାଗରେ ଦୁଇ କୁନି ପିଲାଙ୍କୁ ଅଣ୍ଟାରେ ବାନ୍ଧି ଗଭୀର କୂଅକୁ ଡେଇଁପଡ଼ିଲେ ମହିଳା । ଏହା ଦେଖି ଗାଁ ଲୋକେ ମହିଳାଙ୍କୁ ଉଦ୍ଧାର କରିଥିଲେ । ହେଲେ ସେତେବେଳକୁ ଦୁଇ ପିଲାଙ୍କ ମୃତ୍ୟୁ ହୋଇସାରିଥିଲା ଏବଂ  ମହିଳାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ଅସୋଥର ଥାନା ଅନ୍ତର୍ଗତ ହରନବାର ବାସିନ୍ଦା ରେଣୁ ପାଲଙ୍କ ବିବାହ ୭ ବର୍ଷ ପୂର୍ବରୁ ହୋଇଥିଲା । ତାଙ୍କର ଦୁଇ ପୁଅ ,୬ ବର୍ଷର କୃଷ୍ଣା ଓ ସାନ ପୁଅ ପ୍ରଶାନ୍ତ । ଗୁରୁବାର ରାତିରେ କୌଣସି କଥାକୁ ନେଇ ସ୍ବାମୀଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା । ପରେ ରେଣୁ ଦୁଇ ପୁଅଙ୍କୁ ନେଇ ଘରୁ ବାହାରି ପଳାଇଥିଲେ ଏବଂ ଦୁଇ ପୁଅଙ୍କୁ ଅଣ୍ଟାରେ ବାନ୍ଧି କୂଅକୁ ଡେଇଁ ପଡ଼ିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe