କନକବ୍ୟୁରୋ : କେନାଲରେ ଫସି ରହିଛି ଛୁଆ ହାତୀ  ।  ୨୪ ଟିକିଆ ହାତୀପଲ ଯାଉଥିବା ସମୟରେ ପାଟଣା ରେଞ୍ଜ  କାଠବାରି ନିକଟସ୍ଥ କାନିଝାରି କେନାଲରେ ଫସିଯାଇଛି  ।  ଅନ୍ୟମାନଙ୍କ ସହ କେନାଲ ଭିତରକୁ ଛୁଆ ହାତୀଟି ଚାଲି ଆସିଥିଲା  ।   ଅନ୍ୟ ହାତୀମାନେ କେନାଲ ପାର ହୋଇଯାଇଥିଲେ  । ହେଲେ ଏହି ଛୁଆ ହାତୀଟି କେନାଲ ପାହାଚ ଚଢ଼ିବାକୁ ଚେଷ୍ଟା କରି ବିଫଳ ହୋଇଥିଲା ।   ଉଠି ନପାରି ଫସିଯାଇଛି  ।  ଛୁଆହାତୀକୁ ଜଗି ରହିଛନ୍ତି ଅନ୍ୟହାତୀମାନେ । ବନ ବିଭାଗ ପକ୍ଷରୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି । 

Advertisment