ପାହାଡ଼ ଚଢ଼ି ନିଆଁ ଲିଭାଇଲେ ମାଆ,ଝିଅ : ଏହି ଦୁଃସାହସିକ କାର୍ଯ୍ୟ ପାଇଁ ସବୁଠି ପ୍ରଶଂସା

ଦୂରରୁ ଜଙ୍ଗଲ ଜଳୁଥିବା ଦେଖି ପାହାଡ଼ ଚଢିଲେ ମାଆ-ଝିଅ । ପ୍ରାୟ ଅଧ କିଲୋମିଟର ଚଢ଼ିବା ପରେ ନିଆଁ ପାଖରେ ପହଞ୍ଚିଥିଲେ । ୨ ଘଣ୍ଟା ଧରି ଗଛ ଡାଳ ସାହାଯ୍ୟରେ ନିଆଁକୁ ଲିଭାଇବାରେ ସଫଳ ହୋଇଥିଲେ

maa jhia

Photograph: (KanakNews )

କନକବ୍ୟୁରୋ : ଦୂରରୁ ଜଙ୍ଗଲ ଜଳୁଥିବା ଦେଖି ପାହାଡ଼ ଚଢିଲେ ମାଆ-ଝିଅ । ପ୍ରାୟ ଅଧ କିଲୋମିଟର ଚଢ଼ିବା ପରେ ନିଆଁ ପାଖରେ ପହଞ୍ଚିଥିଲେ । ୨ ଘଣ୍ଟା ଧରି ଗଛ ଡାଳ ସାହାଯ୍ୟରେ ନିଆଁକୁ ଲିଭାଇବାରେ ସଫଳ ହୋଇଥିଲେ । କରାଣ ଏଇ ଜଙ୍ଗଲ ତାଙ୍କ ମାଆ-ମାଟି, ଜୀବନ ଆଉ ଜୀବିକା । ଫିଲ୍ମର କାହାଣୀ ପରି ଲାଗୁଥିବା ଏଭଳି ଘଟଣାଟି କନ୍ଧମାଳ ଫିରିଙ୍ଗିଆ ବ୍ଲକ ମେଲୁମାହା ଗାଁର ।  ଗାଁର ବିମଳା ନାୟକ ଏବଂ ତାଙ୍କ ଝିଅ ଲିପିକା ଏହି ଦୁଃସାହାସିକ କାମ କରିଛନ୍ତି । ତାଙ୍କ ଉଦ୍ୟମ ପାଇଁ ଗ୍ରାମ ନିକଟବର୍ତ୍ତୀ ଘଞ୍ଚ ଜଙ୍ଗଲ ନିଆଁ ଦାଉରୁ ରକ୍ଷା ପାଇଯାଇଛି ।

ବିଳମ୍ବିତ ରାତିରେ ମା-ଝିଅ ଦୁହେଁ ଘର ନଥିବା ଦେଖିଲେ ପରିବାରର ଅନ୍ୟ ସଦସ୍ୟ ସେହି ସମୟ ପରେ  ସମସ୍ତେ ଖୋଜିବା ପାଇଁ ବାହାରିପଡିଥିଲେ। ସେହି ସମୟରେ ଝାଳନାଳ ହୋଇ ଜଙ୍ଗଲରୁ ଫେରି ସବୁ ଘଟଣା କହିଲେ ମାଆ ଓ ଝିଅ ।  ଏକଥା ଶୁଣିବା ପରେ ଉଭୟ  ମାଆ-ଝିଅଙ୍କ ଦୁଃସାହସିକତା ପାଇଁ ସମସ୍ତେ ସାବାସୀ ଦେବା ସହ ଜଙ୍ଗଲୀ ଜନ୍ତୁଙ୍କ ହାବୁଡ଼ରେ ପଡ଼ିଥିଲେ କଣ ହୋଇଥାନ୍ତା ବୋଲି ଚିନ୍ତା ପ୍ରକଟ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe