କନକ ବ୍ୟୁରୋ:  ଏବେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏ ଭିଡିଓ ଲୋକଙ୍କୁ ଏତେ ପସନ୍ଦ ଆସିଛି ଯେ, କେଇଟା ଦିନରେ ଏହାକୁ ଲକ୍ଷ ଲକ୍ଷ ୟୁଜର୍ସ ଦେଖିସାରିଲେଣି । ଆଉ ଭାରୀ ମଜାଳିଆ କମେଣ୍ଟ  ବି ଦେଉଛନ୍ତି ।

Advertisment

ପିଲାଙ୍କୁ ସଜାଡ଼ିବାକୁ ମାଆ କେତେ ଫିକର ନକରେ ! ଏବେ ସୋସିଆଲ ମିଡିଆରେ ଏଭଳି ଏଭ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳାଙ୍କ ଦୁଇ ଝିଅ ସକାଳ ଡେରି ଯାଏଁ ଶୋଇଥିଲେ । ମାଆ ଯେତେ ଡାକୁଥିଲେ ଶୁଣିବା ପରେ  ପୁଣିଥରେ ଶୋଇପଡ଼ୁଥିଲେ । ସେମାନଙ୍କୁ ଉଠାଇବାକୁ ବୁଦ୍ଧି ପାଞ୍ଚିଲେ ମାଆ ଏଭଳି କାମ କଲେ ଯେ ଦେଖିଲେ ଆପଣ ବି ହସି ହସି ବେଦମ୍ ହେବେ ।  ଫୋନ୍ କରି ଘର ପାଖ ଏକ ବ୍ୟାଣ୍ଡ ପାର୍ଟିକୁ ଡକାଇ ପଠାଇଲେ। ବ୍ୟାଣ୍ଡପାର୍ଟି ଆସି ଘରେ ହାଜର । ଡ୍ରମ୍, ଟ୍ରମ୍ପେଟ ସାଉଣ୍ଡ ଶୁଣି ପିଲାମାନେ ଧଡ଼ପଡ଼ ହୋଇ ଉଠିଲେ ।  ଆଉ ଆଶ୍ଚର୍ଯ୍ୟ ହୋଇଗଲେ ।

ଏ ଭିଡିଓ ଦେଖି ଜଣେ ନେଟିଜେନ୍ସ ଲେଖିଛନ୍ତି, ’ମା ମାନଙ୍କ ପାଖରେ ସବୁ ସମସ୍ୟାର ସମାଧାନ ଅଛି । ମାଆ ହେଉଛି ପିଲାମାନଙ୍କର ପ୍ରଥମ ଆଲାରାମ୍ । ଏ ମା’  ଜଣକ ତ ଇନୋଭେସନର ଗନ୍ତାଘର । ୟାଙ୍କୁ  ଆୱାର୍ଡ ମିଳିବା ଦରକାର ’ । ସତରେ ପିଲାମାନଙ୍କ ପାଇଁ ମା’ ସବୁକିଛି କରିପାରେ । ଖାଲି  ମଜାଳିଆ କଥାରେ ନୁହେଁ ଅତି ସଙ୍ଗିନ ସ୍ଥିତିରେ ବି ମାଆ ପିଲାଙ୍କ ପାଇଁ ଅଣ୍ଟା ଭିଡ଼ି ଛିଡ଼ା ହୁଏ । 

ବାତ୍ୟାର ଆଖି ମାନେ କଣ ? ଏଇଠି ଥାଏ ବାତ୍ୟାର ଆଖି

ଅଧିକ ପଢ଼ନ୍ତୁ...

ପିଲା ପାଇଁ ଜଣେ ମାଆ ଖାଲି ମାଆ ନୁହେଁ , ବାପାଙ୍କ ଅନୁପସ୍ଥିତିରେ ବାପାଙ୍କ ସାଜେ । ଖେଳ ସମୟରେ ସାଙ୍ଗସାଥୀ ପାଲଟିଯାଏ । ଥିରି ଥିରି ପାଦ ପକାଇବାଠାରୁ ଆରମ୍ଭ କରି ଖନେଇ ଖନେଇ କଥା କହିବା ସବୁ ତଶିଖାଏ ମାଆ । ବାପ ହୁଏତ ଧୈର୍ଯ୍ୟ ଧରିନପାରନ୍ତି । କିନ୍ତୁ ପିଲାଙ୍କ ପାଇଁ ମାଆର ଧୈର୍ଯ୍ୟ ପାହାଡ଼ଠାରୁ ବି ଅଟଳ । ପିଲାର ମୁଡକୁ ବୁଝି ତା ପାଇଁ ଠିକଣା ପରିବେଶଟିଏ ତିଆରି କରିବାରେ ମାଆ ସବୁବେଳେ ଆଗଭର । ତା ମାନେ ମାଆ କେବଳ ସ୍ନେହ କରେ ତା ନୁହେଁ ଗେହ୍ଲା କରିବା ବେଳେ ଗେହ୍ଲା କରେ ଆଉ ଆକଟ ବେଳେ ରାଗ ଦେଖାଇବାରେ ବି କମି କରେନି  । କାରଣ ସେ ଜାଣେ ପିଲାକୁ କେଉଁ ସମୟରେ କ’ଣ ଦରକାର। ସେ ବୁଝିଥାଏ ତା ପିଲା କଞ୍ଚା ମାଟି ପିଣ୍ଡୁଳା । ସେଥିରେ ସେ ଉଚିତ ଆକାର ଦିଏ ନିଜ ସ୍ନେହ, ଶ୍ରଦ୍ଧା, ନିଃସର୍ତ୍ତ ମମତା ଆଉ କଟକଣାକୁ ପାଥେୟ କରି । 

ବସ୍‌ରେ ଅଗ୍ନି ନିରାପତ୍ତା ବାଧ୍ୟତାମୂଳକ : ବିପଦପୂର୍ଣ୍ଣ ଯାତ୍ରାକୁ ଏଡାଇବା ପାଇଁ ପରିବହନ ଓ ଅଗ୍ନିଶମ ବିଭାଗର ନୂଆ ନିୟମ

ଅଧିକ ପଢ଼ନ୍ତୁ...

ମା’କୁ ପ୍ରକୃତ ସଂଜ୍ଞା ଦେବା ବୋଧହୁଏ କାହାରି ପକ୍ଷେ ସମ୍ଭବ ହୋଇନି । ତାର ଅବଦାନ ଏତେ ଯେ ତାକୁ ବର୍ଣ୍ଣିବାକୁ ଶବ୍ଦ ବି ଅଭାବ ପଡ଼େ । ସେଥିପାଇଁ ତ କୁହାଯାଏ ସବୁ କ୍ଷେତ୍ର ବୁଲିଆସିବାରେ ଯେତିକି ପୂର୍ଣ୍ଣ ମା’ର ପାଦ ସେବାରେ ସେତିକି ପୂଣ୍ୟ । ସେଥିପାଇଁ ତ ମାଆର ସ୍ଥାନ ଆଉ କେହି ନେବା ବୋଧହୁଏ ଅସମ୍ଭବ ।