ହଷ୍ଟେଲରେ ଛାତ୍ରୀ ହେଲେ ମାଆ : ଏବେ ପ୍ରଶ୍ନ କେମିତି ଜାଣିପାରିଲେନି ହଷ୍ଟେଲ ୱାର୍ଡେନ୍?

Advertisment

ଆବାସିକ ବିଦ୍ୟାଳୟରେ ଅଭାବନୀୟ ଚିତ୍ର। ପାଠ ପଢି ଭବିଷ୍ୟତ ଗଢିବାକୁ ଆସିଥିବା ନିରୀହ ଛାତ୍ରୀ ହେଲା ମାଆ । ଆଉ ହଷ୍ଟେଲର ଚାରି କାନ୍ଥ ଭିତରେ ଏକ ସନ୍ତାନ ଜନ୍ମ କରିଛି ନାବାଳିକା ଛାତ୍ରୀ।

ଆବାସିକ ବିଦ୍ୟାଳୟରେ ଅଭାବନୀୟ ଚିତ୍ର। ପାଠ ପଢି ଭବିଷ୍ୟତ ଗଢିବାକୁ ଆସିଥିବା ନିରୀହ ଛାତ୍ରୀ ହେଲା ମାଆ । ଆଉ ହଷ୍ଟେଲର ଚାରି କାନ୍ଥ ଭିତରେ ଏକ ସନ୍ତାନ ଜନ୍ମ କରିଛି ନାବାଳିକା ଛାତ୍ରୀ।

student

student Photograph: (kanakNews)

କନକବ୍ୟୁରୋ : ଆବାସିକ ବିଦ୍ୟାଳୟରେ ଅଭାବନୀୟ ଚିତ୍ର। ପାଠ ପଢି ଭବିଷ୍ୟତ ଗଢିବାକୁ ଆସିଥିବା ନିରୀହ ଛାତ୍ରୀ ହେଲା ମାଆ । ଆଉ ହଷ୍ଟେଲର ଚାରି କାନ୍ଥ ଭିତରେ ଏକ ସନ୍ତାନ ଜନ୍ମ କରିଛି ନାବାଳିକା ଛାତ୍ରୀ। ଶିକ୍ଷାର ମନ୍ଦିର କୁହାଯାଉଥିବା ବିଦ୍ୟାଳୟରେ ନିରୀହ ଆଦିବାସୀ ଛାତ୍ରୀ ପିଲା ଜନ୍ମ କରିବା ଘଟଣା ଚକିତ କରିଛି । ଚିତ୍ରକୋଣ୍ଡା ଅନୁସୂଚିତ ଜାତି ଜନଜାତି ବିଦ୍ୟାଳୟରେ ଘଟିଛି ଏହି ଲଜ୍ଜାଜନକ ଘଟଣା । 

୧୦ ଶ୍ରେଣୀର ଜଣେ ଛାତ୍ରୀ ଗର୍ଭବତୀ ଥିବା ବେଳେ ପରୀକ୍ଷା ଦେଇ ସ୍କୁଲ ହଷ୍ଟେଲକୁ ଫେରିବା ପରେ ପିଲା ଜନ୍ମ କରିଛନ୍ତି । ହେଲେ ସ୍କୁଲ ଚାରି କାନ୍ଥ ଭିତରେ ଏହିଭଳି ଲଜ୍ୟା ଜନକ ଘଟଣା କେମିତି ଘଟିଲା ତାକୁ ନେଇ ଉଠିଛି ପ୍ରଶ୍ନ। ସ୍କୁଲ କର୍ତ୍ତୃପକ୍ଷ ଥାଇ ଆଦିବାସୀ ଛାତ୍ରୀଙ୍କ ପାଇଁ ସମସ୍ତ ସୁବିଧା ରହି ମଧ୍ୟ କିଭଳି ଏଭଳି ଘଟଣା କିପରି ହେଉଛି ତାକୁ ନିନ୍ଦା କରାଯାଇଛି । ଖବର ପାଇବା ପରେ ଛାତ୍ରୀଙ୍କ ପରିବାର ଚିନ୍ତାରେ ଥିବାବେଳେ ସ୍କୁଲ କତୃପକ୍ଷଙ୍କୁ ଦାୟୀ କରିଛନ୍ତି। ଚିତ୍ରକୋଣ୍ଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରୀଙ୍କୁ ଉଦ୍ଧାର କରିଛି।  ଛାତ୍ରୀଙ୍କୁ ହସ୍ପିଟାଲ ଆଣି ଅଧିକ ଚିକିତ୍ସା ଯୋଗାଇ ଦେବା ସହ ତଦନ୍ତ ଆରମ୍ଭ କରିଛି। ହେଲେ ସେପଟେ ଶିକ୍ଷକ ନିଜ ମୁଣ୍ଡରୁ ଦୋଷ ଛଡାଇ

ୱାର୍ଡେନଙ୍କୁ ଦୋଷ ଲଦିବାରେ ବ୍ୟସ୍ତ। ଏଠାରେ ପ୍ରଶ୍ନ ଉଠୁଛି- 
ହଷ୍ଟେଲ ରହୁଥିବା ଛାତ୍ରୀ ମାଆ ହେଲେ କେମିତି? 
କଣ କରୁଥିଲେ ହଷ୍ଟେଲ ୱାର୍ଡେନ୍?
ପ୍ରଧାନଶିକ୍ଷକ କାହିଁକି ଛାତ୍ରୀଙ୍କୁ ସୁରକ୍ଷା ଦେଇପାରିଲେ ନାହିଁ?
ନିରୀହ ଆଦିବାସୀ ଛାତ୍ରୀଙ୍କୁ କିଏ କରିଛି ଶୋଷଣ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe