ଚିତ୍ରକୋଣ୍ଡା ଆବାସିକ ବିଦ୍ୟାଳୟରେ ଲଜ୍ଜାଜନକ ଘଟଣା । ହଷ୍ଟେଲରେ ଦଶମ ଶ୍ରେଣୀ ଛାତ୍ରୀ ହେଲେ ମାଆ

ଆବାସିକ ବିଦ୍ୟାଳୟରେ ଅଭାବନୀୟ ଚିତ୍ର । ପାଠ ପଢି ଭବିଷ୍ୟତ ଗଢିବାକୁ ଆସିଥିବା ନିରୀହ ଛାତ୍ରୀ ପାଲଟିଛି ଗର୍ଭବତୀ । କେବଳ ଗର୍ଭବତୀ ନୁହେଁ ଏକ ସନ୍ତାନ ଜନ୍ମ କରିଛି ନାବାଳିକା ଛାତ୍ରୀ ।

hostel

Photograph: (kanaknews)

କନକ ବ୍ୟୁରୋ : ଆବାସିକ ବିଦ୍ୟାଳୟରେ ଅଭାବନୀୟ ଚିତ୍ର । ପାଠ ପଢି ଭବିଷ୍ୟତ ଗଢିବାକୁ ଆସିଥିବା ନିରୀହ ଛାତ୍ରୀ ପାଲଟିଛି ଗର୍ଭବତୀ । କେବଳ ଗର୍ଭବତୀ ନୁହେଁ ଏକ ସନ୍ତାନ ଜନ୍ମ କରିଛି ନାବାଳିକା ଛାତ୍ରୀ । ଶିକ୍ଷାର ମନ୍ଦିର କୁହାଯାଉଥିବା ବିଦ୍ୟାଳୟରେ ନିରୀହ ଆଦିବାସୀ ଛାତ୍ରୀ ପିଲା ଜନ୍ମ କରିବା ଘଟଣା ଚକିତ କରିଛି । ଚିତ୍ରକୋଣ୍ଡା ଅନୁସୂଚିତ ଜାତି ଜନଜାତି ବିଦ୍ୟାଳୟରେ ଘଟିଛି ଏହି ଘଟଣା ଘଟିଛି । ୧୦ ଶ୍ରେଣୀର ଜଣେ ଛାତ୍ରୀ ଗର୍ଭବତୀ ଥିବା ବେଳେ ପରୀକ୍ଷା ଦେଇ ସ୍କୁଲ ହଷ୍ଟେଲକୁ ଫେରିବା ପରେ ଜନ୍ମ କରିଛନ୍ତି ପିଲା । ହେଲେ ସ୍କୁଲ ଚାରି କାନ୍ଥ ଭିତରେ ଏହିଭଳି ଲଜ୍ୟା ଜନକ ଘଟଣା କେମିତି ଘଟିଲା ତାକୁ ନେଇ ଉଠିଛି ପ୍ରଶ୍ନ । 

ସ୍କୁଲ କର୍ତ୍ତୃପକ୍ଷ ଥାଇ ଆଦିବସା ଛାତ୍ରୀଙ୍କ ପାଇଁ ସମସ୍ତ ସୁବିଧା ରହି ମଧ୍ୟ କିଭଳି ଏହି ଲଜ୍ୟା ଜନକ ଘଟଣା ଘଟିଛି ତାକୁ ନିଦା କରାଯାଇଛି । ଘଟଣା ନେଇ ଚିନ୍ତାରେ ବାପା ମା ଥିବା ବେଳେ  ସ୍କୁଲ କତୃପକ୍ଷ ଙ୍କୁ ଦାୟୀ କରିଛନ୍ତି । ଚିତ୍ରକୋଣ୍ଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ହସ୍ପିଟାଲକୁ ଆଣି ଅଧିକ ଚିକିତ୍ସା ଯୋଗାଇ ଦେବା ସହ ତଦନ୍ତ ଆରମ୍ଭ କରିଛି । ହେଲେ ସେପଟେ ଶିକ୍ଷକ ନିଜ ମୁଣ୍ଡରୁ ଦୋଷ ଛଡାଇ ୱାର୍ଡେନଙ୍କୁ ଦୋଷ ଲଦିବାରେ ବ୍ୟସ୍ତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe