କନକ ବ୍ୟୁରୋ: କୁନି ଝିଅ ପରେ ପ୍ରାଣ ହାରିଲେ ମା' । ଦିନକ ତଳେ ୮ ବର୍ଷର ଝିଅ ପ୍ରାଣ ହରାଇଥିବା ବେଳେ ଆଜି ପ୍ରାଣ ହରାଇଛନ୍ତି ମା' । ମୃତ ମହିଳାଙ୍କ ନାଁ ରେବତୀ ରାଉଳ । ରାକ୍ଷୀ ପୂର୍ଣ୍ଣିମା ଦିନ ପାତ୍ରପଡ଼ାଠାରେ ଘଟିଥିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣାସ୍ଥଳରେ ପ୍ରାଣ ହରାଇଥିଲା ୮ ବର୍ଷୀୟ ଝିଅ । ଏହାକୁ ନେଇ ଗତକାଲି ରାଜରାସ୍ତା ବନ୍ଦ କରିଥିଲେ ସ୍ଥାନୀୟ ଲୋକେ । ଦୁର୍ଘଟଣା ଘଟାଇଥିବା ଥର୍ ଗାଡି ମଧ୍ୟ ଜବତ ହୋଇଥିଲା। ଆଜି ଏକ ଘରୋଇ ହସ୍ପିଟାଲରେ ମା' ରେବତୀ ରାଉଳଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଏବେ ବି ଫେରାର ଅଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us