ଭିତରକନିକା ଜଙ୍ଗଲରେ ହଜିଗଲେ ମା-ପୁଅ, ଖୋଜୁଛନ୍ତି ବନବିଭାଗ କର୍ମଚାରୀ

ଭିତରକନିକା ଜଙ୍ଗଲରେ ମା-ପୁଅ ନିଖୋଜ । କଙ୍କଡ଼ା ଧରିବାକୁ ଯାଇଥିବାବେଳେ କେନ୍ଦ୍ରାପଡ଼ା ନାରାୟଣପୁର ଗାଁର ଅଞ୍ଜନା ମିର୍ଧା ଓ ପୁଅ ରତିନ୍ଦ୍ର ମିର୍ଧାଙ୍କ ମିଳୁନି ପତ୍ତା  ।  ସନ୍ଧାନରେ ନିୟୋଜିତ ବନବିଭାଗ କର୍ମଚାରୀ ।

21-Bhitarakanika

କନକ ବ୍ୟୁରୋ: ଭିତରକନିକା ଜଙ୍ଗଲରେ ନିଖୋଜ ହୋଇଗଲେ ମା-ପୁଅ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଦେବେନ୍ଦ୍ର ନାରାୟଣପୁର ଗାଁ'ର ଅଞ୍ଜନା ମିର୍ଧା ଓ ପୁଅ ରତିନ୍ଦ୍ର ମିର୍ଧା ନିଖୋଜ ଅଛନ୍ତି । ଏମାନେ ବୁଧବାର ଗାଁର ଅନ୍ୟ ଦୁଇ ଜଣଙ୍କ ସହ ଭିତରକନିକା ଜାତୀୟ ଉଦ୍ୟାନ ଜଙ୍ଗଲ  ଭିତରକୁ କଙ୍କଡ଼ା ଧରିବାକୁ ଯାଇଥିଲେ । ଜଙ୍ଗଲରୁ ୮ କିମି ଭିତରକୁ ଚାଲିଯାଇଥିଲେ । ଅନ୍ୟ ଦୁଇଜଣ ଫେରି ଆସିଥିଲେ ମଧ୍ୟ ମା-ପୁଅ ଦୁଇଜଣ ଏ ପର୍ଯ୍ୟନ୍ତ ଫେରି ନାହାନ୍ତି। ରାଜନଗର ବନ ବିଭାଗର ୨୦ଟି ଟିମ୍‌ ଜଙ୍ଗଲ ମଧ୍ୟରେ ଖୋଜାଖୋଜି ଜାରି ରଖିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କର କୌଣସି ଖୋଜ୍‌ଖବର ମିଳିନି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe