କନକ ବ୍ୟୁରୋ : ଚଳନ୍ତା ଟ୍ରେନରୁ ଖସିପଡିଲେ ମା’ ପୁଅ । ମାଆ ଗୁରୁତର ହୋଇଥିବା ବେଳେ ୧୨ ବର୍ଷିୟ ପୁଅର ଅବସ୍ଥା ସଙ୍କଟାପନ୍ନ ରହିଛି । ଉଭୟ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମାଆ ଭଗବତୀ ଦେହୁରୀ ଓ ୧୨ ବର୍ଷୀୟ ପୁଅ ରୁଦ୍ର ନାରାୟଣ ଦେହୁରୀ ମେରାମଣ୍ଡଳୀ ଷ୍ଟେସନରୁ ପାସେଞ୍ଜର ବଦଳରେ ପୁରୀ ଦୁର୍ଗ ଏକ୍ସପ୍ରେସରେ ଚଢିଯାଇଥିଲେ । ଢେଙ୍କାନାଳ ନିକଟସ୍ଥ ଦାଣ୍ଡିମାଳ ଷ୍ଟେସନରେ ସେମାନଙ୍କ ଓହ୍ଲାଇବାରଥିଲା । କିନ୍ତୁ ଏକ୍ସପ୍ରେସ ଟ୍ରେନ ହୋଇଥିବାରୁ ଅଟକିନଥିଲା । ଏଥିରେ ବ୍ୟତିବ୍ୟସ୍ତ ହୋଇ ପୁଅର ଗୋଡ ବଗିର ଡୋର ନିକଟରେ ଖସିଯାଇଥିଲା । ପୁଅକୁ ଧରିବାକୁ ଯାଇ ମାଆ ମଧ୍ୟ ଖସି ପଡିଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଉଭୟଙ୍କ ଚିକିତ୍ସା ଜାରି ରହିଛି ।
ଚଳନ୍ତା ଟ୍ରେନରୁ ଖସି ପଡ଼ିଲେ ମାଆ-ପୁଅ । ଢେଙ୍କାନାଳ ଦାଣ୍ଡିମାଳ ଷ୍ଟେସନରେ ଟ୍ରେନରୁ ଓହ୍ଲାଇବାବେଳେ ଅଘଟଣ
ଚଳନ୍ତା ଟ୍ରେନରୁ ଖସିପଡିଲେ ମା’ ପୁଅ । ମାଆ ଗୁରୁତର ହୋଇଥିବା ବେଳେ ୧୨ ବର୍ଷିୟ ପୁଅର ଅବସ୍ଥା ସଙ୍କଟାପନ୍ନ ରହିଛି । ଉଭୟ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
/kanak/media/media_files/2024/12/27/s7dG0HVhM1ix4qtSsOlw.jpg)