କନକ ବ୍ୟୁରୋ: ପୋଖରୀରେ ଗାଧୋଇବା ବେଳେ ବୁଡି ଗଲେ ପୁଅ ଝିଅ ସହ ମାଆ । କେନ୍ଦୁଝର ଘଟଗାଁ ଥାନା ପାଣୁପଶି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ମୃତକମାନେ ହେଲେ ସେହି ଗାଁର ପ୍ରଫୁଲ୍ଲ ମହାକୁଡ଼ଙ୍କ ସ୍ତ୍ରୀ କାମିନୀ ମହାକୁଡ଼ ଓ ୭ ବର୍ଷର ପୁଅ ଓଁମ ପ୍ରକାଶ ମହାକୁଡ଼ ଏବଂ ୫ ବର୍ଷର ଝିଅ ସୁନିତା ମହାକୁଡ଼। ଆଜି ପୂର୍ବାହ୍ନରେ ଦୁଇ ପୁଅ ଝିଅଙ୍କୁ ନେଇ ଘର ନିକଟ ପୋଖରୀକୁ ଯାଇଥିଲେ ମାଆ କାମିନୀ । ମାଆ ଲୁଗା ସଫା କରିବା ସମୟରେ ପୁଅ ଝିଅ ପୋଖରୀ ପାଣିରେ ବୁଡି ଯାଉଥିବା ଦେଖିଥିଲେ । ପିଲା ଦୁଇ ଜଣଙ୍କୁ ଉଦ୍ଧାର କରିବା ପାଇଁ ସେ ମଧ୍ୟ ଗଭୀର ପାଣିକୁ ଚାଲିଯାଇଥିଲେ। ହେଲେ ପିଲାଙ୍କୁ ଉଦ୍ଧାର କରିପାରିଲେ ନାହିଁ। ୩ ଜଣ ଯାକ ବୁଡି ଗଲେ । ସାଥିରେ ଯାଇଥିବା ସାନ ପୁଅ ଘରକୁ ଆସି ଜେଜେମାଆକୁ ସବୁ କହିଥିଲା । ଏହାପରେ ଗ୍ରାମବାସୀ ପୋଖରୀରୁ ମା ଓ ଦୁଇ ପିଲାଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଏହି ଦୁଃଖଦ ଘଟଣାକୁ ନେଇ ସମଗ୍ର ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ପୋଖରୀରେ ଗାଧୋଇବା ବେଳେ ବୁଡି ଗଲେ ପୁଅ ଝିଅ ସହ ମାଆ: ପିଲାମାନେ ବୁଡ଼ି ଯାଉଥିଲା ଦେଖି ଉଦ୍ଧାର ପାଇଁ ଯାଇଥିଲେ ମାଆ
ପୋଖରୀରେ ଗାଧୋଇବା ବେଳେ ବୁଡି ଗଲେ ପୁଅ ଝିଅ ସହ ମାଆ । କେନ୍ଦୁଝର ଘଟଗାଁ ଥାନା ପାଣୁପଶି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ମୃତକମାନେ ହେଲେ ସେହି ଗାଁର ପ୍ରଫୁଲ୍ଲ ମହାକୁଡ଼ଙ୍କ ସ୍ତ୍ରୀ କାମିନୀ ମହାକୁଡ଼ ଓ ୭ ବର୍ଷର ପୁଅ ଓଁମ ପ୍ରକାଶ ମହାକୁଡ଼ ଏବଂ ୫ ବର୍ଷର ଝିଅ ସୁନିତା ମହାକୁଡ଼।
/kanak/media/media_files/2024/10/23/maJ9uWqcvgIyf5YTphQk.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)