କନକ ବ୍ୟୁରୋ: ଛୁଆଙ୍କୁ ଚେଙ୍କ ଦେଇ ନିର୍ଯାତନା ଦେବା ଘଟଣାରେ ଗିରଫ ହେଲେ ମା’ ଓ ରସିକିଆ ପ୍ରେମିକ। ସ୍ୱାମୀଙ୍କ ଏତଲା ପରେ ଗିରଫ କଲା ପୋଲିସ । ପଡ଼ୋଶୀ ଓ ପିଲାଙ୍କ ବୟାନ ରେକର୍ଡ଼ । ଆଜି ଅଭିଯୁକ୍ତକୁ କରାଯିବ କୋର୍ଟ ଚାଲାଣ । ଏଭଳି ସମ୍ବେଦନଶୀଳ ଘଟଣାକୁ ବେଶ ଗୁରୁତର ସହ ନେଇଛି ପୋଲିସ । ଦୁହିଁଙ୍କ ବ୍ୟତୀତ ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ନାହିଁ ସେନେଇ ଅଧିକ ତଦନ୍ତ କରୁଛି ପୋଲିସ । ସୂଚନା ଅନୁସାରେ ଜନ୍ମକଲା ମାଆ ଆଗରେ ଘଟିଥିଲା ଏଭଳି ଘଟଣା। ଆଉ ମାଆ ସାଜିଥିଲା ନିରବଦ୍ରଷ୍ଟା। ପ୍ରେମିକ ସହ ମିଶି ମାଆ ବି ସାଜିଥିଲା ସଇତାନ । ମାଆ ଆଗରେ ପିଲାଙ୍କୁ ଚେଙ୍କ ଦେଉଥିଲା ପ୍ରେମିକ। ତିନି ଦିନ ଧରି ବନ୍ଦ ଘରେ ଦୁଇ ପିଲାଙ୍କୁ ଗରମ ସଣ୍ଢୁଆସିରେ ଚେଙ୍କ ଦେଉଥିଲା ପିଶାଚ ପ୍ରେମିକ। ମାଆ ସହ ପର ପୁରୁଷର ସମ୍ପର୍କକୁ ବିରୋଧ କରୁଥିଲେ ପିଲା । ଆଉ ଏହାକୁ ନେଇ ପିଲାଙ୍କ ପାଇଁ ନିର୍ଦୟୀ ପାଲଟି ଯାଇଥିଲା ଜନ୍ମଦାତ୍ରୀ। ଭୁବନେଶ୍ବର ମୈତ୍ରୀ ବିହାର ଥାନା ମୈତ୍ରୀ ବିହାର ଥାନା ମହାବୀର ନଗର ବସ୍ତି ଅଞ୍ଚଳରୁ ଆସିଛି ଏଭଳି ଛାତିକୁ ଥରାଇ ଦେଲାଭଳି ଖବର । ବାପା ଅନୁପସ୍ଥିତିରେ ମାଆ ପର ପୁରୁଷ ସହ ରଖିଥିଲା ସମ୍ପର୍କ । ଏମିତିକି ସବୁଦିନ ଘରକୁ କରୁଥିଲା ଯିବା ଆସିବା । ହେଲେ ଏହି ସବୁକୁ ବରଦାସ୍ତ କରି ପାରିଲେନି ଭାଇ ଭଉଣୀ । କଥାକୁ ବିରୋଧ କରିବାରୁ ଦୁଷ୍ଟ ହେଉଥିବା ଆଳ ଦେଖାଇ ପ୍ରେମିକ ହାତରେ ଚେଙ୍କ ଦେଲା ମାଆ । ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ତୁରନ୍ତ ପିଲାଙ୍କୁ ଉଦ୍ଧାର କରି ସେମାନଙ୍କ ବୟାନ ରେକର୍ଡ କରିଛି । ଏହାସହ ମାଆକୁ ଅଟକ ରଖି ଜେରା କରୁଛି । ସେପଟେ ପ୍ରେମିକକୁ ଧରିବା ପାଇଁ ଚଢାଉ ଜାରି ରଖିଛି ମୈତ୍ରୀ ବିହାର ଥାନା ପୋଲିସ ।
ମା’ ଓ ରସିକିଆ ପ୍ରେମିକ ଗିରଫ । ଜନ୍ମକଲା ଛୁଆକୁ ଦେଉଥିଲା ନିର୍ଯାତନା ।
ଛୁଆଙ୍କୁ ଚେଙ୍କ ଦେଇ ନିର୍ଯାତନା ଦେବା ଘଟଣାରେ ମା’ ଓ ରସିକିଆ ପ୍ରେମିକକୁ ଗିରଫ କଲା ପୋଲିସ । ପଡ଼ୋଶୀ ଓ ପିଲାଙ୍କ ବୟାନ ରେକର୍ଡ଼ । ଆଜି ଅଭିଯୁକ୍ତକୁ କରାଯିବ କୋର୍ଟ ଚାଲାଣ ।