କନକ ବ୍ୟୁରୋ : ବାଣ ଭିଡ଼ୁଥିବା ବେଳେ ବିସ୍ଫୋରଣ । ଚାଲିଗଲା ମା’ଝିଅଙ୍କ ଜୀବନ । କଟକ ଜଗତପୁର ପାଗା ଫାଣ୍ଡି ଅନ୍ତର୍ଗତ ମହାଜନପୁରର ନାୟକ ସାହିରେ ଅଘଟଣ । ବାଣ ତିଆରି ବେଳେ ବାଣ ବିସ୍ଫୋରଣରେ ଗୋଟିଏ ପରିବାରର ତିନି ଜଣ ଗୁରୁତର ହୋଇଥିଲେ । ଖବର ପାଇ ଜଗତପୁର ପୁଲିସ ପହଞ୍ଚି ସେମାନଙ୍କୁ ଏସସିବି ମେଡିକାଲକୁ ନେଇଥିଲା । ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ୩୨ ବର୍ଷୀୟା ଜୁଲି ନାୟକ ଓ ତାଙ୍କ ୩ବର୍ଷର ଝିଅଙ୍କର ମୃତ୍ୟୁ ହୋଇଛି । ସେହିପରି ମହିଳାଙ୍କ ଶାଶୁ ଏବେ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଚିକିତ୍ସିତ ହୋଇଛନ୍ତି ।
ଆହୁରି ପଢନ୍ତୁ : ଫିଲ୍ମ ଷ୍ଟାଇଲରେ ବୋମା ବିସ୍ଫୋରଣ କରି ରାଜପଥରେ କ୍ୟାସ୍ ଭ୍ୟାନ୍ ଲୁଟିବା ଉଦ୍ୟମ ପଣ୍ଡ
ତଦନ୍ତରୁ ଦୂରେଇ ରହିବା ପାଇଁ ପାଖପଡିଶା ମଧ୍ୟ ଫେରାର ହୋଇଯାଇଛନ୍ତି । ଗୁରୁବାର ରାତି ପ୍ରାୟ ୭ଟା ସମୟରେ ହଠାତ୍ ପ୍ରଚଣ୍ଡ ଶବ୍ଦ ହେବାର କିଛି ସମୟ ମଧ୍ୟରେ ଅଞ୍ଚଳ ଧୂଆଁମୟ ହୋଇ ପଡ଼ିଥିଲା । ସ୍ଥାନୀୟ ଲୋକେ ଦୌଡି ଯାଇ ଦେଖନ୍ତି ଶାଶୂ, ବୋହୂ ଓ ନାତୁଣୀ ଅର୍ଦ୍ଧଦଗ୍ଧ ଅବସ୍ଥାରେ ତଳେ ପଡ଼ିଛନ୍ତି । ପୁଲିସ୍ ସହାୟତାରେ ତୁରନ୍ତ ସେମାନଙ୍କୁ ଏସସିବିକୁ ନିଆଯାଇଥିଲା । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତନାଘନା ଆରମ୍ଭ କରିଛି । କିଛି ଦିନ ତଳେ ଭୁବନେଶ୍ବର ସୁନ୍ଦରପଦାରେ ବି ବୋମା ବିସ୍ଫୋରଣ ଘଟି ୩ ଜଣଙ୍କ ଜୀବନ ଯାଇଥିଲା। ଏବେ ପୁଣି ଏକ ବାଣ ବିସ୍ଫୋରଣରେ ଦୁଇ ଜଣଙ୍କ ଜୀବନ ଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/20/death-2026-02-20-07-17-36.jpg)