କନକ ବ୍ୟୁରୋ: ଛତିଶଗଡ଼ ପୋଲିସ ଓ ସୁରକ୍ଷା ବାହିନୀକୁ ବଡ଼ ସଫଳତା। ମୋଷ୍ଟ ୱାଣ୍ଟେଡ ମାଓବାଦୀ ଯୋଗେଶ ଓରଫ ସାକେତ ଓରଫ ଆୟତୁକୁ ନିପାତ କରିଛନ୍ତି ସୁରକ୍ଷା ବାହିନୀ । ତାଙ୍କ ନାଁରେ ୮ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ଗତକାଲି ମୈନପୁରର ଜୁଗାଡ ଏବଂ ଶୋଭା ଥାନା ଅଞ୍ଚଳକୁ ସର୍ଚ୍ଚ ଅପରେସନ ଯାଇଥିବା ପୋଲିସ ଏବଂ ସୁରକ୍ଷାବାହିନୀ ଉପରେ ମାଓବାଦୀ ମାନେ ଗୁଳିମାଡ଼ କରିଥିଲେ । ଏନକାଉଣ୍ଟର ବେଳେ ବସ୍ତର ଡିଭିଜନାଲ କମିଟିର ସଦସ୍ୟ ସାକେତ ନିପାତ ହୋଇଛି । ଏନେଇ ଗରିଆବନ୍ଦ ଏସପି ନିଖିଲ ରାଖେଚା ସୂଚନା ଦେଇଛନ୍ତି । ଏନକାଉଣ୍ଟର ସମୟରେ, ଗାରିଆବନ୍ଧ ପୋଲିସ ଗୁଳି, ବନ୍ଧୁକ, ଔଷଧ ଭଳି ସାମଗ୍ରୀ ଜବତ କରିଛି।