ମୋଷ୍ଟୱାଣ୍ଟେଡ୍ ମାଓବାଦୀ ବାସବରାଜୁ ନିପାତ ; ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ୍‌ରେ ୨୭ ମାଓବାଦୀ ନିପାତ

ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ବଡ଼ ଧରଣର ମାଓ ଅପରେସନ୍‌ । ନାରାୟଣପୁର-ବିଜାପୁର ସୀମାବର୍ତ୍ତୀ ଜଙ୍ଗଲରେ ଏନକାଉଣ୍ଟର ହୋଇଛି । ଏଥିରେ ଦୁର୍ଦ୍ଦାନ୍ତ ମାଓନେତା ବାସବରାଜୁ ନିପାତ ହୋଇଛି । ବାସବରାଜୁ ନାଁରେ ଥିଲା କୋଟିଏ ଟଙ୍କାର ପୁରସ୍କାର ।

62aevf

Photograph: (kanakNews)

କନକ ବ୍ୟୁରୋ : ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ବଡ଼ ଧରଣର ମାଓ ଅପରେସନ୍‌ । ନାରାୟଣପୁର-ବିଜାପୁର ସୀମାବର୍ତ୍ତୀ ଜଙ୍ଗଲରେ ଏନକାଉଣ୍ଟର ହୋଇଛି । ଏଥିରେ ଦୁର୍ଦ୍ଦାନ୍ତ ମାଓନେତା ବାସବରାଜୁ ନିପାତ ହୋଇଛି । ବାସବରାଜୁ ନାଁରେ ଥିଲା କୋଟିଏ ଟଙ୍କାର ପୁରସ୍କାର । ୨୭ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ଏବଂ ଆହୁରି ବଢ଼ିପାରେ ମୃତ୍ୟୁ ସଂଖ୍ୟା । ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ବିଜାପୁର, ନାରାୟଣପୁର, ଦାନ୍ତେୱାଡା, କୋଣ୍ଡାଗାଓଁ ଡିଆରଜି ଯବାନଙ୍କ ପକ୍ଷରୁ ଅପରେସନ ଜାରି ରହିଛି । 

ମାଓ ମୁଖିଆ ବାସବରାଜୁ ନିପାତ

ବାସବରାଜୁଙ୍କୁ ଧରିବା ପାଇଁ ୧.୫ କୋଟି ପୁରସ୍କାର ଥିଲା
୨୦୧୮ରୁ ମାଓ ସଙ୍ଗଠନର ମୁଖ୍ୟ ଦାୟିତ୍ୱ ନେଇଥିଲେ ବାସବରାଜୁ
ବାସବରାଜୁ ଓରଫ ନମ୍ବାଲା କେଶବ ରାଓ ୭ ବର୍ଷ ଧରି ସଙ୍ଗଠନ ଚଳାଉଥିଲେ
ମାଓ ମୁଖିଆ ତଥା ସଙ୍ଗଠନର ମହାସଚିବ ଭାବେ ଦାୟିତ୍ବ ତୁଲାଉଥିଲେ
ଗରେଲା ଯୁଦ୍ଧ, ମାଓ ଅପରେସନ୍‌ର ପରିଚାଳନା କରୁଥିଲେ ବାସବରାଜୁ
ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣର ବ୍ଲୁ-ପ୍ରିଣ୍ଟ୍‌ ପ୍ରସ୍ତୁତ କରୁଥିଲା ବାସବରାଜୁ
ଯବାନଙ୍କ ଏନକାଉଣ୍ଟରରେ ବାସବରାଜୁରେ ମୃତ୍ୟୁ ହୋଇଛି
ଏଥିସହ ଅନ୍ୟ ଦୁଇ ମୃତ ମାଓବାଦୀଙ୍କ ପାଇଁ ମଧ୍ୟ ପୁରସ୍କାର ଘୋଷଣା ହୋଇଥିଲା
୨୫ ଲକ୍ଷ ଏବଂ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ଦୁଇ ମାଓବାଦୀ ନିପାତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe