IND vs NZ: ଚାମ୍ପିୟନ୍ସ ଟ୍ରଫି ଫାଇନାଲ୍‌ରେ ଏହି ଭାରତୀୟ ବ୍ୟାଟରଙ୍କ ନାଁରେ ଅଧିକ ରନ୍‌; ଶୀର୍ଷରେ ଅଛନ୍ତି ଏହି କିମ୍ବଦନ୍ତୀ କ୍ରିକେଟର

ମାର୍ଚ୍ଚ ୯ ତାରିଖରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍ । ତେବେ ଚାମ୍ପିୟନ୍ସ ଟ୍ରଫି ଫାଇନାଲ୍‌ ଇତିହାସରେ ଏହି ଭାରତୀୟ ବ୍ୟାଟରଙ୍କ ନାଁରେ ରହିଛି ସବୁଠାରୁ ଅଧିକ ରନ୍‌ । 

Virat--

କନକ ବ୍ୟୁରୋ: ରବିବାର ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍ । ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ । ହେଲେ ଭାରତୀୟ ପ୍ରଶଂସକଙ୍କ ନଜର ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର ଏବଂ ଶୁଭମନ ଗିଲଙ୍କ ଭଳି ବ୍ୟାଟରଙ୍କ ଉପରେ ରହିବ । ତେବେ ଜାଣନ୍ତି କି ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ସର୍ବାଧିକ ରନ କରିଥିବା ଟପ୍‌ ୫ ଜଣ ବ୍ୟାଟରଙ୍କ ତାଲିକାରେ କାହାର ନାମ ରହିଛି ?  ପୂର୍ବତନ ଟିମ୍‌ ଇଣ୍ଡିଆ ଅଧିନାୟକ ସୌରଭ ଗାଙ୍ଗୁଲି ଏହି ତାଲିକାର ଶୀର୍ଷରେ ଅଛନ୍ତି । ୨୦୦୦ ମସିହା ଚାମ୍ପିୟନ୍ସ ଟ୍ରଫିର ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସୌରଭ ଗାଙ୍ଗୁଲି ୧୧୭ ରନ କରିଥିଲେ । ଏହା ବ୍ୟତୀତ ସଚିନ ତେନ୍ଦୁଲକର ମଧ୍ୟ ଏହି ମ୍ୟାଚ୍‌ରେ ୬୯ ରନ୍‌ର ପାଳି ଖେଳିଥିଲେ ।
 
ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଟିମ୍‌ ଇଣ୍ଡିଆକୁ ପାକିସ୍ତାନ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଥିଲା, କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା ଏକ ଦୁର୍ଦ୍ଦଶ ପାଳି ଖେଳିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ରନ ଆଉଟ ହେବା ପୂର୍ବରୁ ୪୩ ବଲରୁ ୭୬ ରନର ଇନିଂସ ଖେଳିଥିଲେ । ତାଙ୍କ ପାଳିରେ  ୪ଟି ଚୌକା ଏବଂ ୬ଟି ଛକା ସାମିଲ ରହିଥିଲା ।  ଏହାସତ୍ତ୍ୱେ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆକୁ ବଡ଼ ପରାଜୟର ସାମ୍ନା କରିବାକୁ ପଡିଥିଲା । ପାକିସ୍ତାନ ଭାରତକୁ ୧୮୦ ରନରେ ପରାଜିତ କରିଥିଲା । ସୌରଭ ଗାଙ୍ଗୁଲି ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଟପ୍‌ ସ୍କୋରର୍ ଲିଷ୍ଟ୍‌ରେ ତୃତୀୟ ସ୍ଥାନରେ ଅଛନ୍ତି ।
 
୨୦୦୦ ଚାମ୍ପିୟନ୍ସ ଟ୍ରଫିର ଫାଇନାଲରେ ଭାରତ ଏବଂ ନ୍ୟୁଜିଲାଣ୍ଡ ଦଳ ମୁହାଁମୁହିଁ ହୋଇଥିଲେ । ସେହି ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଶତକ ହାସଲ । ଏହା ବ୍ୟତୀତ ସଚିନ ତେନ୍ଦୁଲକର ଦଳୀୟ ଖାତାରେ ୬୯ ରନ ଯୋଡ଼ିଥିଲେ । ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଏହା କୌଣସି ଭାରତୀୟ ବ୍ୟାଟରଙ୍କ ଦ୍ୱାରା ତୃତୀୟ ସର୍ବାଧିକ ସ୍କୋର । ଏହି ତାଲିକାରେ ବିରାଟ କୋହଲି ଚତୁର୍ଥ ସ୍ଥାନରେ ଅଛନ୍ତି। ୨୦୧୩ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ବିରାଟ କୋହଲି ଇଂଲଣ୍ଡ ବିପକ୍ଷରେ ୪୩ ରନ କରିଥିଲେ । ଏହା ବ୍ୟତୀତ ରବିନ୍ଦ୍ର ଜାଡେଜା ସମାନ ମ୍ୟାଚ୍‌ରେ ୩୩ ରନ୍‌ର ପାଳି ଖେଳିଥିଲେ । ତେଣୁ ରବିବାର ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା ଓ ରବିନ୍ଦ୍ର ଜାଡେଜାଙ୍କ ନଜର ରହିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe