କନକ ବ୍ୟୁରୋ: ପ୍ରକାଶ ପାଇଲା ଦେଶର ଧନୀ ମୁଖ୍ୟମନ୍ତ୍ରୀ ତାଲିକା । ଦେଶର ୩୧ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ସବୁଠାରୁ ଧନୀ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।ଆଉ କିଏ କେଉଁ ନମ୍ବର ତାଲିକାରେ ଅଛନ୍ତି ଦେଖିବା ଏହି ରିପୋର୍ଟରେ ।
ବର୍ଷ ସରିବା ପୂର୍ବରୁ ପ୍ରକାଶ ପାଇଛି ଏଡିଆର ରିପୋର୍ଟ । ଏହି ରିପୋର୍ଟ କହିଛି ଆମ ଦେଶର ମୁଖ୍ୟମନ୍ତ୍ରୀମାନଙ୍କ ସମ୍ପତ୍ତି କେତେ? ତାଲିକାରେ ପ୍ରଥମ ସ୍ଥାନରେ ଅଛନ୍ତି ଆନ୍ଧ୍ରପ୍ରଦେଶର ୩ଥର ମୁଖ୍ୟମନ୍ତ୍ରୀ ରହିସାରିଥିବା ଚନ୍ଦ୍ରବାବୁ ନାଇଡୁ ୯୩୧କୋଟି ସମ୍ପତ୍ତି ସହ ସେ ହେଉଛନ୍ତି ଦେଶର ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ । ଏଥିସହ ନାଇଡୁଙ୍କ ନାଁରେ ରହିଛି ୧୦କୋଟି ଟଙ୍କାର ଋଣ । ୨ୟ ଧନୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଅରୁଣାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ । ଯାହାଙ୍କ ପାଖରେ ରହିଛି ୩୩୨କୋଟି ଟଙ୍କାର ସମ୍ପତ୍ତି ଓ ୧୮୦କୋଟି ଟଙ୍କାର ଋଣ । ତୃତୀୟ ସ୍ଥାନରେ ଅଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ୟାଙ୍କ ପାଖରେ ରହିଛି ମୋଟ ୫୧କୋଟି ଟଙ୍କାର ସମ୍ପତ୍ତି ଓ ୨୩କୋଟି ଟଙ୍କାର ଋଣବୋଝ । ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟରେ ରହିଛି ସବୁଠୁ କମ ସମ୍ପତ୍ତି ଅଥାର୍ଥ ରିପାର୍ଟ କହୁଛି ଦିଦି କେବଳ ୧୫ଲକ୍ଷ ସମ୍ପତ୍ତିର ମାଲିକ ।
ଦେଶରେ ୨ଜଣ କୋଟିପତି ମୁଖ୍ୟମନ୍ତ୍ରୀ
୧୦ଜଣ ଗ୍ରାଜୁଏଟ ମୁଖ୍ୟମନ୍ତ୍ରୀ
ଏଥିସହ ଏଡିଆର କହିଛି ଦେଶରେ ଦୁଇଜଣ ମୁଖ୍ୟମନ୍ତ୍ରୀ କୋଟିପତି ରହିଛନ୍ତି । ଏଥିସହ ୩ଜଣଙ୍କ ପାଖରେ ୫୦କୋଟିରୁ ଅଧିକ ସମ୍ପତ୍ତି ରହିଛି । ରିପୋର୍ଟରେ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ସହ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ମଧ୍ୟ ତଥ୍ୟ ଉପସ୍ଥାପନ କରାଯାଇଛି ।୩୧ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୧୦ଜଣ ଗ୍ରାଜୁଏଟ ଓ ୨ଜଣ ମୁଖ୍ୟମନ୍ତ୍ରୀ ପାଖରେ ରହିଛି ଡକ୍ଟରେଟ ଡିଗ୍ରୀ ।
‘ଏଡିଆର’ର ଅପରାଧିକ ମାମଲାର ତାଲିକା
କେତେ ନମ୍ବର ସ୍ଥାନରେ କେଉଁ ମୁଖ୍ୟମନ୍ତ୍ରୀ?
କେବଳ ସମ୍ପତ୍ତି ଓ ଶିକ୍ଷାଗତ ଯୋଗ୍ୟତା ତଥ୍ୟ ନୁହେଁ ଏଡିଆରରେ ପ୍ରକାଶ ପାଇଛି କେଉଁ ମୁଖ୍ୟମନ୍ତ୍ରୀଙ୍କ ନାଁରେ କେତେ ଅପରାଧିକ ମାମଲା ରହିଛି, ତାହା ମଧ୍ୟ ପ୍ରକାଶ କରିଛି । ରିପୋର୍ଟରେ କୁହାଯାଇଛି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ନାଁରେ ରହିଛି ସବୁଠୁ ଅଧିକ ଅପରାଧିକ ମାମଲା । ତାପରକୁ ରହିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ । ୧୦ଜଣଙ୍କ ମୁଖ୍ୟମନ୍ତ୍ରୀ ନାଁରେ ରହିଛି ଜଘନ୍ୟ ଅପରାଧିକ ମାମଲା ଓ ୧୩ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି ।
ତେବେ ନଜୀର ରହିଛି ପ୍ରାୟତ ନିର୍ବାଚନ ସମୟରେ ସବୁ ତଥ୍ୟକୁ ଏକାଠି କରି ଏଡିଆର ବା ଆସୋସିଏଟ ଫର ଡେମୋକ୍ରାଟିକ ରିଫର୍ମ ଏଭଳି ରିପୋର୍ଟ ପ୍ରକାଶ କରିଥାଏ । ତେବେ ବର୍ଷ ସରିବା ସମୟରେ ରିପୋର୍ଟ ବାହାରିବା ପଛର କାରଣକୁ ନେଇ ମଧ୍ୟ ଅନେକ ଚର୍ଚ୍ଚା ଚାଲିଛି ।