କନକ ବ୍ୟୁରୋ: ଭୁବନେଶ୍ୱରରେ ବଢ଼ୁଛି ମଶା ସଂଖ୍ୟା । ମଶା ଧୂଆଁ ପାଇଁ ଅଧିକ ୪ ଟି ମେସିନ ତୁରନ୍ତ ଆଣିବାକୁ ଯୋଜନା କରୁଛି ବିଭାଗ। ୩ ରୁ ୪ ମାସ ଯେଉଁ ସମୟରେ ମସାଙ୍କ ପ୍ରଜନନ ଅଧିକ ହୋଇଥାଏ। ସେହି ସମୟରେ ମାନବ ସମ୍ବଳ ବଢ଼ାଇବା ପାଇଁ ବ୍ୟବସ୍ଥା କରାଯିବ। ଆବଶ୍ୟକୀୟ ଅଧିକ ସ୍ପ୍ରେ ମେସିନ ଆସନ୍ତାକାଲି କିଣାଯିବ । ମସ୍କୁଟୋ ଅଏଲ୍ ଯାହା ବର୍ତ୍ତମାନ ବ୍ୟବହାର ହେଉଛି ତାକୁ ଲ୍ୟାବରେ ଟେଷ୍ଟିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକୀୟ ହେଲେ ଅଲଗା ଅଏଲ୍ ର ବ୍ୟବହାର କରାଯିବ।
ଦୟା ୱେଷ୍ଟ କେନାଲ ରେ ୭ ଦିନ ବ୍ୟବଧାନରେ ରୋଟେଶନରେ ଫଗିଂ ଓ ତେଲ ସିଞ୍ଚନ କରାଯିବ। ପ୍ରଥମେ ତତ୍କାଳୀନ ପଦକ୍ଷେପ ନିଆଯିବ। ଏହା ପରେ ଧିରେ ଧିରେ ଅନ୍ୟ ପଦକ୍ଷେପ ନିଆଯିବ। ହଟସ୍ପଟ୍ ଅଞ୍ଚଳ ଚିହ୍ନିତ କରାଯାଇ ତୁରନ୍ତ ସେଠାରେ ପଦକ୍ଷେପ ନିଆଯିବ । ତେବେ ବିଏମସିର ଉନ୍ନୟନ ମୂଳକ କାର୍ୟ୍ୟ ବନ୍ଦ ହେବ ନାହିଁ। ବଜେଟ କୁ ନେଇ ସମୀକ୍ଷା କରାଯିବ । ଆଲୋଚନା ପରେ ବିଧିବଦ୍ଧ ଭାବେ କାର୍ୟ୍ୟକାରୀ କରାଯିବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।