କୋଲକାତା ବିମାନବନ୍ଦରରେ ମସଜିଦ୍, ବିମାନ ଚଳାଚଳରେ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ରାଜ୍ୟସଭାରେ ବିଜେପି ଉଠାଇଲା ପ୍ରସଙ୍ଗ । ସରକାର ମାନିଲେ ସୁରକ୍ଷା ପାଇଁ ବିପଦ, ନିଆଯାଉଛି ପଦକ୍ଷେପ

kolkata-airport

kolkata airport Photograph: (Google)

କନକ ବ୍ୟୁରୋ: କୋଲକାତା ବିମାନବନ୍ଦର ଭିତରେ ଥିବା ଏକ ମସ୍‌ଜିଦକୁ ନେଇ ନିରାପତ୍ତା ପ୍ରଶ୍ନ ସୃଷ୍ଟି ହୋଇଛି । ନେତାଜୀ ସୁଭାଷଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରର ଦ୍ୱିତୀୟ ରନ୍ ୱେଠାରୁ ମାତ୍ର ୩ଶହ ମିଟିରରୁ କମ୍ ଦୂରରେ ରହିଛି ଏହି ମସଜିଦ । ଏହା ବିମାନବନ୍ଦରର ସୁରକ୍ଷା ପାଇଁ ବିପଦ । ପଶ୍ଚିମବଙ୍ଗ ବିଜେପି ସଭାପତି ତଥା ସାଂସଦ ସମିକ ଭଟ୍ଟାଚାର୍ଯ୍ୟ ରାଜ୍ୟସଭାରେ ଏହି  ପ୍ରସଙ୍ଗ ଉଠାଇଛନ୍ତି ।

କୋଲକାତା ବିମାନବନ୍ଦରରେ ଲହଡି ଭାଙ୍ଗୁଛି ପାଣି । ବିମାନ ଯାତ୍ରା ପ୍ରଭାବିତ

ସେ କହିଛନ୍ତି, ଏହା ଏକ ମନ୍ଦିର- ମସଜିଦ ପ୍ରସଙ୍ଗ ନୁହେଁ। ବିମାନ ଚଳାଚଳ ନେଇ ସୁରକ୍ଷା ପ୍ରସଙ୍ଗ । କେନ୍ଦ୍ର ସରକାର ଏହାକୁ ସ୍ଥାନାନ୍ତର କରିବା ପାଇଁ କି ପଦକ୍ଷେପ ନେଉଛନ୍ତି ବୋଲି ଭଟ୍ଟାଚାର୍ଯ୍ୟ ପଚାରିଥିଲେ । ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ୧୯୬୦ରେ  ବିମାନବନ୍ଦର ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ ବେଳେ ଏହି ଶତାବ୍ଦୀ ପରୁଣା ମସଜିଦ ବିମାନବନ୍ଦର ପରିସରରେ ରହିଯାଇଛି । ବିମାନ ଚଳାଚଳରେ ସୁରକ୍ଷା ଦୃଷ୍ଟିରୁ ପଦକ୍ଷେପ ନିଆଯାଉଥିବା କେନ୍ଦ୍ର ସରକାର କହିଛନ୍ତି । 
ବିମାନବନ୍ଦରରେ ମସଜିଦ୍
କୋଲକାତା ବିମାନବନ୍ଦରରେ ମସଜିଦ୍
ବିମାନ ଚଳାଚଳରେ ସୁରକ୍ଷା ନେଇ ପ୍ରଶ୍ନ
ରାଜ୍ୟସଭାରେ ବିଜେପି ଉଠାଇଲା ପ୍ରସଙ୍ଗ
ସରକାର ମାନିଲେ, ସୁରକ୍ଷା ପାଇଁ ବିପଦ
ବିମାନବନ୍ଦର ସମ୍ପ୍ରସାରଣଠାରୁ ରହିଛି ମସଜିଦ୍
ନିରାପତ୍ତା ପାଇଁ ନିଆଯାଉଛି ପଦକ୍ଷେପ 
   
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe