କନକ ବ୍ୟୁରୋ: କୋଲକାତା ବିମାନବନ୍ଦର ଭିତରେ ଥିବା ଏକ ମସ୍ଜିଦକୁ ନେଇ ନିରାପତ୍ତା ପ୍ରଶ୍ନ ସୃଷ୍ଟି ହୋଇଛି । ନେତାଜୀ ସୁଭାଷଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରର ଦ୍ୱିତୀୟ ରନ୍ ୱେଠାରୁ ମାତ୍ର ୩ଶହ ମିଟିରରୁ କମ୍ ଦୂରରେ ରହିଛି ଏହି ମସଜିଦ । ଏହା ବିମାନବନ୍ଦରର ସୁରକ୍ଷା ପାଇଁ ବିପଦ । ପଶ୍ଚିମବଙ୍ଗ ବିଜେପି ସଭାପତି ତଥା ସାଂସଦ ସମିକ ଭଟ୍ଟାଚାର୍ଯ୍ୟ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇଛନ୍ତି ।
କୋଲକାତା ବିମାନବନ୍ଦରରେ ଲହଡି ଭାଙ୍ଗୁଛି ପାଣି । ବିମାନ ଯାତ୍ରା ପ୍ରଭାବିତ
ସେ କହିଛନ୍ତି, ଏହା ଏକ ମନ୍ଦିର- ମସଜିଦ ପ୍ରସଙ୍ଗ ନୁହେଁ। ବିମାନ ଚଳାଚଳ ନେଇ ସୁରକ୍ଷା ପ୍ରସଙ୍ଗ । କେନ୍ଦ୍ର ସରକାର ଏହାକୁ ସ୍ଥାନାନ୍ତର କରିବା ପାଇଁ କି ପଦକ୍ଷେପ ନେଉଛନ୍ତି ବୋଲି ଭଟ୍ଟାଚାର୍ଯ୍ୟ ପଚାରିଥିଲେ । ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ୧୯୬୦ରେ ବିମାନବନ୍ଦର ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ ବେଳେ ଏହି ଶତାବ୍ଦୀ ପରୁଣା ମସଜିଦ ବିମାନବନ୍ଦର ପରିସରରେ ରହିଯାଇଛି । ବିମାନ ଚଳାଚଳରେ ସୁରକ୍ଷା ଦୃଷ୍ଟିରୁ ପଦକ୍ଷେପ ନିଆଯାଉଥିବା କେନ୍ଦ୍ର ସରକାର କହିଛନ୍ତି ।
ବିମାନବନ୍ଦରରେ ମସଜିଦ୍
କୋଲକାତା ବିମାନବନ୍ଦରରେ ମସଜିଦ୍
ବିମାନ ଚଳାଚଳରେ ସୁରକ୍ଷା ନେଇ ପ୍ରଶ୍ନ
ରାଜ୍ୟସଭାରେ ବିଜେପି ଉଠାଇଲା ପ୍ରସଙ୍ଗ
ସରକାର ମାନିଲେ, ସୁରକ୍ଷା ପାଇଁ ବିପଦ
ବିମାନବନ୍ଦର ସମ୍ପ୍ରସାରଣଠାରୁ ରହିଛି ମସଜିଦ୍
ନିରାପତ୍ତା ପାଇଁ ନିଆଯାଉଛି ପଦକ୍ଷେପ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/04/kolkata-airport-2025-12-04-14-03-07.jpg)