ଚନ୍ଦକା ଅଭୟାରଣ୍ୟ ଭିତରେ ଚୋରି; ରାତି ଅନ୍ଧାରରେ ଲୁଟ୍‌ ହେଉଛି ଜଙ୍ଗଲ ସମ୍ପତ୍ତି

ଚନ୍ଦକା ଅଭୟାରଣ୍ୟ ଭିତରେ ଥିବା ଯୋଗିବିଲରେ ରହିଛି ମୋରମ ଖାଦାନ। ପୋଖରୀ ଖୋଳିବା ଆଳରେ ଏଠି ନିୟମିତ ମୋରମ ଚୋରି ହେଉଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି।  ଅଭୟାରଣ୍ୟ ଭିତରକୁ ଯିବାକୁ ହେଲେ ବଡ଼ ବଡ଼ ଟ୍ରେଞ୍ଚକୁ ଅତିକ୍ରମ କରିବାକୁ ପଡ଼ିବ। ମାଫିଆମାନେ ପ୍ରଥମେ ଟ୍ରେଞ୍ଚକୁ ପୋତି ଦିଅନ୍ତି। ଆଉ ତାପରେ ଆଗକୁ ବଢ଼ନ୍ତି।

CHANDAKA

CHANDAKA Photograph: (KANAK NEWS)

କନକ ବ୍ୟୁରୋ: ସମୟ - ରାତି ୧୨ଟା ୪୮, ସ୍ଥାନ- ଚନ୍ଦକା ଅଭୟାରଣ୍ୟ । ଅଭୟାରଣ୍ୟ ଭିତରେ ଗର୍ଜନ କରି ପ୍ରବେଶ କରୁଛି ହାଇୱା ଓ ଜେସିବି ମେସିନ୍ । ଚାରିପଟେ ଜୀବଜନ୍ତୁ ଓ ମଝିରେ ମୋରମ ଖାଦାନ, ଆଉ ଏହି ଖାଦାନ ଉପରେ ମାଫିଆଙ୍କ ଆଖି । ଆଉ ଠିକ୍ ରାତି ୧ଟା ୧୫ ମିନିଟରେ ବେଧଡ଼କ ଭାବେ ଆରମ୍ଭ ହୋଇଗଲା ମୋରମ ଚୋରି । 

ଜେସିବି ମାଟି ତାଡ଼ୁଛି । ଆଉ ସଙ୍ଗେ ସଙ୍ଗେ ଟ୍ରକରେ ଲୋଡ୍‌ ହେଉଛି ମୋରମ । ଚନ୍ଦକା ରେଞ୍ଜରେ ଥିବା କୁମାରଖୁଣ୍ଟି ବିଟ୍‌ ନିକଟ, ଯୋଗିବିଲଠାରେ ଥିବା ହାତୀ ଅଭୟାରଣ୍ୟ ଭିତରେ ଚାଲିଛି ଏଭଳି ମୋରମ ଚୋରି । ଅଭୟାରଣ୍ୟ ଭିତରେ ସନ୍ଧ୍ୟା ୫ ପରେ କୌଣସି ଗାଡ଼ିକୁ ଯିବାର ଅନୁମତି ନଥିବାବେଳେ ଜେସିବି କିଭଳି ମାଟି ତାଡୁଛି ସେନେଇ ପ୍ରଶ୍ନ କରିଛନ୍ତି ପୂର୍ବତନ ବନ ଅଧିକାରୀ । ଡିଏଫ୍‌ଓଙ୍କ ବିନା ଅନୁମତିରେ ଅଭୟାରଣ୍ୟରେ କେହି ପ୍ରବେଶ କରିପାରିବେ ନାହିଁ । ତେବେ ମାଫିଆଙ୍କ ଏଭଳି କାରନାମା ବଡ଼ବଡ଼ିଆଙ୍କ କାର୍ଯ୍ୟ ଉପରେ ସନ୍ଦେହ ସୃଷ୍ଟି କରୁଛି ।

ଚନ୍ଦକା ଅଭୟାରଣ୍ୟ ଭିତରେ ଥିବା ଯୋଗିବିଲରେ ରହିଛି ମୋରମ ଖାଦାନ । ପୋଖରୀ ଖୋଳିବା ଆଳରେ ଏଠି ନିୟମିତ ମୋରମ ଚୋରି ହେଉଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି ।  ଅଭୟାରଣ୍ୟ ଭିତରକୁ ଯିବାକୁ ହେଲେ ବଡ଼ ବଡ଼ ଟ୍ରେଞ୍ଚକୁ ଅତିକ୍ରମ କରିବାକୁ ପଡ଼ିବ । ମାଫିଆମାନେ ପ୍ରଥମେ ଟ୍ରେଞ୍ଚକୁ ପୋତି ଦିଅନ୍ତି । ଆଉ ତାପରେ ଆଗକୁ ବଢ଼ନ୍ତି ।

ଜଙ୍ଗଲ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପାଣ୍ଠିରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି । ରାତି ତମାମ ବନ ବିଭାଗ ପାଟ୍ରୋଲିଂ ବି କରୁଛି । କିନ୍ତୁ ଦୁର୍ଭାଗ୍ୟର କଥା ସଭିଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ରାତିତମାମ ଲୁଟ୍‌ ଚାଲିଛି ।  ତେବେ ପ୍ରଶ୍ନ ଉଠୁଛି...

  • କାହା ଅନୁମତିରେ ରାତି ଅଧରେ ଅଭୟାରଣ୍ୟ ଭିତରେ ପ୍ରବେଶ କରୁଛି ଗାଡ଼ି?
  • ମୋରମ ଚୋରି ବିଷୟରେ ବନ ବିଭାଗ ଅଧିକାରୀ ଜାଣିଛନ୍ତି ତ?
  • ମାଫିଆ ଓ ବନ ବିଭାଗ ଅଧିକାରୀଙ୍କ ସଲାସୁତରାରେ ଚାଲିଛି କି ଲୁଟ୍‌?
  • ଜୀବଜନ୍ତୁଙ୍କ ସମସ୍ୟା ପାଇଁ କିଏ ଦାୟୀ ହେବ? 
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe