କନକ ବ୍ୟୁରୋ : ଖରାକୁ ଦୃଷ୍ଟିରେ ରଖି ସ୍କୁଲ ସମୟ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଏପ୍ରିଲ ୨ରୁ ରାଜ୍ୟରେ ହେବ ସକାଳୁଆ ସ୍କୁଲ । ତେବେ ସ୍କୁଲର ସମୟ ସାରଣୀ ପ୍ରକାଶ ପାଇନାହିଁ । ସ୍ଥିତିକୁ ଦେଖି ସପ୍ତାହେ ମଧ୍ୟରେ ନିର୍ଦ୍ଦିଷ୍ଟ ସମୟ ପ୍ରକାଶ ପାଇବ । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆଜିଠୁ ଅଙ୍ଗନୱାଡି କେନ୍ଦ୍ର ସକାଳୁଆ ଆରମ୍ଭ ହୋଇଛି । ସକାଳ ୭ଟାରୁ ଦିନ ୯ଟା ଯାଏ ଖୋଲା ରହୁଛି ଅଙ୍ଗନବାଡ଼ି । ତାତି ବଢ଼ିଲେ ଛୁଟି ଘୋଷଣା କରିପାରିବେ ଜିଲ୍ଲାପାଳ । ହୋମ୍ ଡେଲିଭରି ହେବ ଶିଶୁଙ୍କ ଖାଦ୍ୟ ।

Advertisment

ଅଂଶୁଘାତ ମୁକାବିଲା ପ୍ରସ୍ତୁତି
ରାଜ୍ୟରେ ଅଂଶୁଘାତ ମୃତ୍ୟୁ ରୋକିବାକୁ ସରକାରଙ୍କ ଗୁରୁତ୍ବ । ଜିଲ୍ଲାରେ ତାପମାତ୍ରାକୁ ଦେଖି ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ । ସରକାରଙ୍କ ଅନୁମତି ବିନା ଜଳଛତ୍ର ଏବଂ ଛାଇ ପାଇଁ ବ୍ୟବସ୍ଥା କରିହେବ । କାମ ହେବା ପରେ ଅର୍ଥ ମଞ୍ଜୁର କରିବେ ସରକାର । ଦିନ ୧୧ରୁ ୩ଟା ଏବଂ ରାତି ୯ରୁ ସକାଳ ୬ଟା ଯାଏ ହେବନାହିଁ ପାୱାର କଟ୍ । ଏଥିପାଇଁ ବିଜୁଳି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଦିନ ୧୧ଟାରୁ ୩ଟା ଯାଏ ଶ୍ରମିକମାନଙ୍କ ପାଇଁ କାମ ବନ୍ଦ ରହିବ । ମଙ୍ଗଳବାର ରାଜ୍ୟରେ ଗ୍ରୀଷ୍ମ ମୁକାବିଲା ନେଇ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । ଚଳିତ ବର୍ଷ ଅଂଶୁଘାତରେ ଯେପରି ଗୋଟିଏ ବି ଜୀବନ ନଯାଏ ତାହା ଉପରେ ଗୁରୁତ୍ବ ଦିଆଯାଇଛି । ତେବେ ସରକାରଙ୍କ ଏହି ପଦକ୍ଷେପ କେତେ ସଫଳ ହେଉଛି ତାହା ଉପରେ ନଜର ।