ଅଧିକ କାମକୁ ଅଧିକ ଦରମା, ନିର୍ଦ୍ଧାରିତ ସମୟରୁ ଅଧିକ କାମ କଲେ ୨ ଗୁଣା ମଜୁରି

Advertisment

ରାତିରେ କାମ କରିପାରିବେ ମହିଳା କର୍ମଚାରୀ । ଆବଶ୍ୟକ ପଡ଼ିବ ଲିଖିତ ସମ୍ମତି ।

ରାତିରେ କାମ କରିପାରିବେ ମହିଳା କର୍ମଚାରୀ । ଆବଶ୍ୟକ ପଡ଼ିବ ଲିଖିତ ସମ୍ମତି ।

ଅଧିକ କାମକୁ ଅଧିକ ଦରମା

ଅଧିକ କାମକୁ ଅଧିକ ଦରମା Photograph: (KanakNews)

କନକ ବ୍ୟୁରୋ: ୨୭ତମ କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର । ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ, ୧୯୫୬ରେ ସଂଶୋଧନ କରାଯାଇଛି । 
କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି 
ଜଣେ କର୍ମଚାରୀ ଦିନକୁ ୧୦ ଘଣ୍ଟାରୁ ଅଧିକ କିମ୍ବା ସପ୍ତାହରେ ୪୮ ଘଣ୍ଟାରୁ ଅଧିକ କାମ କଲେ, ତାହା ଓଭରଟାଇମ୍‌ ହେବ
ଅତିରିକ୍ତ ସମୟ ପାଇଁ ଦରମା ବା ମଜୁରିକୁ ଦ୍ବିଗୁଣା ଦେବାକୁ ପଡ଼ିବ
ପ୍ରତିଷ୍ଠାନଗୁଡ଼ିକ ଦିନ ୨୪ ଘଣ୍ଟା ଓ ବର୍ଷକୁ ୩୬୫ ଦିନ ଖୋଲାରହିବ
ଦୈନିକ କାର୍ଯ୍ୟନିର୍ଘଣ୍ଟ ୯ ଘଣ୍ଟାରୁ ୧୦ ଘଣ୍ଟାକୁ ବଢ଼ାଇଛନ୍ତି ରାଜ୍ୟ ସରକାର ।

 ରାଜ୍ୟରେ ରାତିରେ ମହିଳା କର୍ମଚାରୀଙ୍କ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲାଗିଥିଲା । କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ, ଏହି ପ୍ରତିବନ୍ଧକଙ୍କୁ ଏବେ ସରକାର ହଟାଇଦେଇଛନ୍ତି । ତେବେ ରାତିରେ କାମ କରିବାକୁ ସଂପୃକ୍ତ ମହିଳାଙ୍କ ସମ୍ମତି ଆବଶ୍ୟକ ।  ଆଉ ରାଜ୍ୟ ସରକାରଙ୍କ ଅଧିସୂଚିତ ସର୍ତ୍ତାବଳୀ ଅନୁସାରେ ମହିଳା କର୍ମଚାରୀଙ୍କୁ ନିୟୋଜିତ କରାଯାଇପାରିବ । 
ଗଣଶିକ୍ଷା ବିଭାଗର ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାକୁ ମଞ୍ଜୁରୀ ମିଳିଛି ।

ସେହିପରି ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ୨୨୬ କୋଟି ମଞ୍ଜୁର ହୋଇଛି। ୫୯ ଏକର ଜମିକୁ ନେଇ ପାରିପାର୍ଶ୍ୱିକ ବିକାଶ ପାଇଁ ଡିପିଆର୍‌ ପ୍ରସ୍ତୁତ ହେବ ।   ତାରିଣୀ ପୀଠରେ ଭକ୍ତଙ୍କ ପାଇଁ ଅନେକ ସୁବିଧା ରହିବ  । ଏଥି ମଧ୍ୟରେ ରହିଛି ଯାତ୍ରୀ ନିବାସ, ନଡିଆ ଭଣ୍ଡାର , ପ୍ରସାଦ ସେବନ ପ୍ରକୋଷ୍ଠ, ଜିନିଷ ରଖିବା ଘର ଓ ମାର୍କେଷ୍ଟ କମ୍ପ୍ଲେକ୍ସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe