ରାଜଧାନୀରେ ବିଷାକ୍ତ ଖାଦ୍ୟ ଖାଇ ୬ରୁ ଅଧିକ ଅସୁସ୍ଥ;  ସମସ୍ତ ଅସୁସ୍ଥ ବିଏମସି ମେଡିକାଲରେ ଭର୍ତ୍ତି ସୂଚନା

ରାଜଧାନୀରେ ବିଷାକ୍ତ ଖାଦ୍ୟ ଖାଇ ୧୦ ନର୍ସିଂ ଛାତ୍ରୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି  । ଶିଶୁପାଳଗଡ଼ ଘରୋଇ ନର୍ସିଂ କଲେଜର ଘଟଣା  ।ହଷ୍ଟେଲ ଖାଦ୍ୟ ଭଲ ନଲାଗିବାରୁ ବାହାରୁ ମଗାଇ ଖାଇଥିଲେ । 

39food

କନକ ବ୍ୟୁରୋ: ରାଜଧାନୀରେ ବିଷାକ୍ତ ଖାଦ୍ୟ ଖାଇ ୧୦ ଗୁରୁତର । ଶିଶୁପାଳଗଡ଼ ସ୍ଥିତ ଘରୋଇ ନର୍ସିଂ କଲେଜର ଛାତ୍ରୀ । ଗତକାଲି ରାତିରେ ହଷ୍ଟେଲ ଖାଦ୍ୟ ଭଲ ନଲାଗିବାରୁ ବାହାରୁ କିଣି ଖାଇଥିଲେ । ଏହାପରେ ୧୨ଜଣ ଅସୁସ୍ଥ ହୋଇ ପଡିଛନ୍ତି । ହେଲେ ୧୦ ଛାତ୍ରୀ ଗୁରୁତର ଥିବା ଜଣାପଡିଛି ।

ଗୁରୁତର ଅବସ୍ଥାରେ ବିଏମସି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟ ୨ ଜଣଙ୍କୁ ଓରାଲ ଟ୍ରିଟମେଣ୍ଟ ଦିଆଯାଇ ଅବଜରଭେସନରେ ରଖାଯାଇଛି । ଗତ କାଲି ରାତିରେ ହଷ୍ଟେଲ ଖାଦ୍ୟରେ କଣ ସମସ୍ୟା ଥିଲା ବୋଲି ନ ଖାଇ ବାହାରୁ ଖାଦ୍ୟ ମଗାଇ ଖାଇଥିଲେ । ତେଣୁ ସେଥିପାଇଁ ଅସୁସ୍ଥ ହୋଇଥିବା ସନ୍ଦେହ କରାଯାଉଛି । ବାନ୍ତି ଝାଡ଼ା ସହ ପିଲାଙ୍କ ପେଟରେ ଯନ୍ତ୍ରଣା ହେଉଥିଲା । ଏବେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ହୋଇଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe