କନକ ବ୍ୟୁରୋ: ରାଜଧାନୀରେ ବିଷାକ୍ତ ଖାଦ୍ୟ ଖାଇ ୧୦ ଗୁରୁତର । ଶିଶୁପାଳଗଡ଼ ସ୍ଥିତ ଘରୋଇ ନର୍ସିଂ କଲେଜର ଛାତ୍ରୀ । ଗତକାଲି ରାତିରେ ହଷ୍ଟେଲ ଖାଦ୍ୟ ଭଲ ନଲାଗିବାରୁ ବାହାରୁ କିଣି ଖାଇଥିଲେ । ଏହାପରେ ୧୨ଜଣ ଅସୁସ୍ଥ ହୋଇ ପଡିଛନ୍ତି । ହେଲେ ୧୦ ଛାତ୍ରୀ ଗୁରୁତର ଥିବା ଜଣାପଡିଛି ।
ଗୁରୁତର ଅବସ୍ଥାରେ ବିଏମସି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟ ୨ ଜଣଙ୍କୁ ଓରାଲ ଟ୍ରିଟମେଣ୍ଟ ଦିଆଯାଇ ଅବଜରଭେସନରେ ରଖାଯାଇଛି । ଗତ କାଲି ରାତିରେ ହଷ୍ଟେଲ ଖାଦ୍ୟରେ କଣ ସମସ୍ୟା ଥିଲା ବୋଲି ନ ଖାଇ ବାହାରୁ ଖାଦ୍ୟ ମଗାଇ ଖାଇଥିଲେ । ତେଣୁ ସେଥିପାଇଁ ଅସୁସ୍ଥ ହୋଇଥିବା ସନ୍ଦେହ କରାଯାଉଛି । ବାନ୍ତି ଝାଡ଼ା ସହ ପିଲାଙ୍କ ପେଟରେ ଯନ୍ତ୍ରଣା ହେଉଥିଲା । ଏବେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ହୋଇଥିବା ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/11/28/tDhq73vGW6D4qQMs7LLo.jpg)