ଆଇଏମଡିର ଭବିଷ୍ୟବାଣୀ,  ଏଥର ଧୋକାଦେବନି ମୌସୁମୀ

Advertisment

ଆଇଏମଡିର ଭବିଷ୍ୟବାଣୀ, ଦେଶରେ ସ୍ବାଭାବିକ ଠାରୁ ଅଧିକ ବର୍ଷା

ଆଇଏମଡିର ଭବିଷ୍ୟବାଣୀ, ଦେଶରେ ସ୍ବାଭାବିକ ଠାରୁ ଅଧିକ ବର୍ଷା

ଏଥର ଧୋକାଦେବନି ମୌସୁମୀ

ଏଥର ଧୋକାଦେବନି ମୌସୁମୀ Photograph: (KanakNews )

କନକ ବ୍ୟୁରୋ: ଚଳିତବର୍ଷର ଭାରତୀୟ ପାଣିପାଗ ବିଭାଗର ଭବିଷ୍ୟବାଣୀ ଉଭୟ ଚାଷୀ ଓ ଅର୍ଥବ୍ୟବସ୍ଥା ପାଇଁ ଖୁସି ଖବର ଆଣିଛି ।  ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁକୁ ନେଇ ପାଣିପାଗ ବିଭାଗର ଆକଳନ ଅନୁସାରେ,
ଦେଶରେ ବର୍ଷା ସ୍ବାଭାବିକଠାରୁ ଅଧିକ ରହିବ
ସ୍ବାଭାବିକ ଠାରୁ ଅଧିକ ୧୦୫ % ବର୍ଷା ହେବ
ଜୁନ୍‌ରୁ ସେପ୍ଟେମ୍ବର ଭିତରେ ଭଲ ରହିବ ମୌସୁମୀ ବର୍ଷା
ଏଥର ମୌସୁମୀ ଉପରେ ଏଲ୍ ନିନୋର ପ୍ରଭାବ ରହିବ ନାହିଁ
ଉତ୍ତର ପୂର୍ବ ରାଜ୍ୟ, ତାମିଲନାଡୁ,ଲଦାଖକୁ ଛାଡିଲେ ଅନ୍ୟ ସ୍ଥାନରେ ଅଧିକ ବର୍ଷା ହେବ
ଡିସେମ୍ବରରୁ ଫେବୃଆରୀ ଉତ୍ତର ଗୋଲାର୍ଦ୍ଧ ଓ ୟୁରେସିଆ ଅଞ୍ଚଳରେ ତୁଷାର ଆଚ୍ଛାଦନ କମ ଥିବାରୁ 

ମୌସୁମୀ ଉପରେ ଭଲ ପ୍ରଭାବ ପଡିବ ଓ ମୌସୁମୀ ପାଇଁ ସହାୟକ ହେବ ବୋଲି କହିଛି ଆଇଏମଡି । ପ୍ରଶାନ୍ତ ମହାସାଗରରେ ନିଷ୍କ୍ରିୟ ରହିଛି ଏଲ୍‌ ନିନୋ ଓ ଭାରତ ମହାସାଗରରେ ଆଇଓଡି ନିଷ୍କ୍ରିୟ ରହୁଥିଲା ସ୍ବାଭାବିକ ବର୍ଷା ହେବ । 
 ଦେଶ ଭଳି ଓଡିଶା ପାଇଁ ବି ମୌସୁମୀକୁ ନେଇ ରହିଛି ଭଲ ଖବର । ଭାରତୀୟ ପାଣିପାଗର ଅନୁମାନ ଅନୁସାରେ,
ଚଳିତ ବର୍ଷ ଓଡିଶା ପାଇଁ ସ୍ୱାଭାବିକ ରହିବ ମୌସୁମୀ ବର୍ଷା
ଜୁନ ମାସରେ ସ୍ୱାଭାବିକ ଠାରୁ ଅଧିକ ରହିବ ମୌସୁମୀ ବର୍ଷା
ସେପ୍ଟେମ୍ବରରେ ଦକ୍ଷିଣ ଓଡ଼ିଶାରେ ଅଧିକ ରହିବ ମୌସୁମୀ ବର୍ଷା 
ଏବେ ରାଜ୍ୟରେ ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷାର ଚେତାବନୀ ଜାରି କରିଛି ଭୁବନେଶ୍ବର ଆଚଂଳିକ ପାଣିପାଗ କେନ୍ଦ୍ର । କାଲି ପାଇଁ ପ୍ରବଳ ବର୍ଷା ନେଇ ଉତ୍ତର ଓ ଦକ୍ଷଣ ଓଡିଶାରେ ଅଂରେଜ ଆଲର୍ଟ ଜାରି କରାଯାଇଛି ।  
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe