କନକ ବ୍ୟୁରୋ :ସାମ୍ନାକୁ ଆସିଛି ୪ଟି ଦୃଶ୍ୟ... ସେହି ଦୃଶ୍ୟ ହିଁ ଦର୍ଶାଉଛି ଗଞ୍ଜାମରେ ଭତ୍ତା ବଣ୍ଟନର ଚିତ୍ର । ଖଲ୍ଲିକୋଟ ବ୍ଲକ ଲଙ୍ଗଳେଶ୍ବର ପଞ୍ଚାୟତ ଭେଜିପୁଟ ଗାଁର ରଜନୀ ଚାଲିବାକୁ ଅସମର୍ଥ । ହେଲେ ୩ ବର୍ଷ ହେଲା ଭତ୍ତା ପାଇଁ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି । ଭତ୍ତା ନଦେଲେ ଆଗାମୀ ଦିନରେ ଚରମ ନିଷ୍ପତି ନେବେ ବୋଲି ଚେତାବନୀ ଦେଇଛନ୍ତି । 

Advertisment

ଜଗନ୍ନାଥପ୍ରସାଦ ବ୍ଲକ ଗାୟାଗଣ୍ଡାର ଗାଁର ୭୧ ବର୍ଷିୟ ସତ୍ୟାଭାମା ନାୟକକୁ ଏ ଯାଏଁ ମିଳିନି ଭତ୍ତା । ଆଉ ଧରାକୋଟ ବ୍ଲକ ସାଅବା ପଞ୍ଚାୟତ ବରବଲ୍ଲୀର ଡମ୍ଲୁଣି ନାୟକଙ୍କ ମଧ୍ୟ ସେହି ଏକା ଅବସ୍ଥା । ୧୦୦ ବର୍ଷ ପରେ ବି ଭତ୍ତା ମିଳୁନି ।

ମିଳିଥିବା ତଥ୍ୟ ଅନୁସାରେ, ରାଜ୍ୟରେ ମଧୁବାବୁ ପେନସନ ଯୋଜନାରେ ସାମିଲ ହେବାକୁ ୬,୯୧,୮୨୨ ଲୋକ ଆବେଦନ କରିଛନ୍ତି । ସେମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ଅଛନ୍ତି ସର୍ବାଧିକ ଆବେଦନକାରୀ ୭୧,୪୧୭ । ଆବେଦନ ପରେ ବି ଏମାନଙ୍କୁ ଏ ଯାଏଁ ଭତ୍ତା ମିଳିପାରିନାହିଁ । ସେହିଭଳି ବିଭିନ୍ନ  ଜାତୀୟ ଭତ୍ତା ଯୋଜନାରେ ସାମିଲ ପାଇଁ ଗଞ୍ଜାମ ଜିଲ୍ଲାରେ  ୨୮୬୬ ଜଣ  ଜାତୀୟ ଭତ୍ତା ପାଇବା ପାଇଁ  ଅପେକ୍ଷା କରଛନ୍ତି । ଭତ୍ତା ସ୍ଲଟ ଫାଙ୍କା ନଥିବାରୁ ଆବେଦନକାରୀଙ୍କ ପାଳି ପଡୁନି । ଅଯୋଗ୍ୟ ହିତାଧିକାରୀ ତାଲିକାରେ ରହୁଥିବାରୁ  ନୂଆ ଆବେଦନକାରୀଙ୍କ ପାଳି ପଡୁନି ।