କନକ ବ୍ୟୁରୋ: ମଣିପୁରରେ ପ୍ରବେଶ କରିଛନ୍ତି ମିଆଁମାରର ୯୦୦ରୁ ଅଧିକ କୁକୀ ଉଗ୍ରବାଦୀ। ଗୁଇନ୍ଦା ରିପୋର୍ଟ ପ୍ରକାଶ ପାଇବା ପରେ ମଣିପୁରରେ ଜାରି କରାଯାଇଛି ସିକ୍ୟୁରିଟି ଆଲର୍ଟ । ଏମାନେ ଡ୍ରୋନଭିତ୍ତିକ ବୋମା, ପ୍ରୋଜେକ୍ଟାଇଲ, ମିସାଇଲ ଆଦିର ବ୍ୟବହାର ନେଇ ତାଲିମ ପାଇଥିବାବେଳେ ଜଙ୍ଗଲ ଯୁଦ୍ଧରେ ନିପୁଣ ଥିବା ସୂଚନା ମିଳିଛି । ସେମାନେ ୩୦ ଜଣ ଲେଖାଏଁ ଗୋଷ୍ଠୀ ଗଠନ କରି ବର୍ତ୍ତମାନ ସୀମାରେ ଅବସ୍ଥାନ କରୁଛନ୍ତି ଏବଂ ମେଇତେଇଙ୍କ ଗାଁଗୁଡିକ ଉପରେ ଆକ୍ରମଣ କରିବେ ବୋଲି ସୂଚନା ମିଳିଛି । ଚଳିତ ମାସ ଶେଷବେଳକୁ ଏହି ଆକ୍ରମଣ ଘଟିବା ଆଶଙ୍କା କରାଯାଉଛି । ମଣିପୁରର ନିରାପତ୍ତା ପରାମର୍ଶଦାତୀ କୁଲଦୀପ ସିଂ କହିଛନ୍ତି ଗୁଇନ୍ଦା ରିପୋର୍ଟରେ ସତ୍ୟତା ରହିଥିବା ଆଶଙ୍କା କରାଯାଉଛି । ସେପଟେ ଡ୍ରୋନ ଲାଗି ରାଜ୍ୟରେ ଏସଓପି ଜାରି ହୋଇଛି । ବିନା ଅନୁମତିରେ କେହି ଡ୍ରୋନର ବ୍ୟବହାର କରିପାରିବେ ନାହିଁ ବୋଲି ନିଷେଧାଦେଶ ଜାରି କରାଯାଇଛି । ଇମ୍ଫାଲ ଓ୍ବେଷ୍ଟର କେତେକ ସ୍ଥାନରୁ ଭାରତୀୟ ସେନା ବିପୁଳ ପରିମାଣର ଆଇଇଡି ଜବତ କରିବା ପରେ ଏହି ଆଶଙ୍କା ଘନୀଭୂତ ହୋଇଛି । ବୋଙ୍ଗଜାଙ୍ଗ ଓ ଇଥାମରୁ ଏହି ବିସ୍ଫୋରକ ଜବତ ହୋଇଥିଲା । ରାଜ୍ୟରେ କୁକୀ ଓ ମେଇତେଇଙ୍କ ମଧ୍ୟର ସଂଘର୍ଷ ଘଟିବାର ୧୬ ମାସ ପରେ ବି ଉତ୍ତେଜନା ଥମିବାର ନାଁ ନେଉନାହିଁ ।
ମଣିପୁରରେ ପଶିଛନ୍ତି ୯ଶହରୁ ଅଧିକ ମିଆଁମାର ଉଗ୍ରବାଦୀ: କୁକି ସମ୍ପ୍ରଦାୟ ବହୁଳ ଅଂଚଳରେ ଉଗ୍ରବାଦୀଙ୍କ ଅନୁପ୍ରବେଶ ସୂଚନା
ମଣିପୁରରେ ପ୍ରବେଶ କରିଛନ୍ତି ମିଆଁମାରର ୯୦୦ରୁ ଅଧିକ କୁକୀ ଉଗ୍ରବାଦୀ। ଗୁଇନ୍ଦା ରିପୋର୍ଟ ପ୍ରକାଶ ପାଇବା ପରେ ମଣିପୁରରେ ଜାରି କରାଯାଇଛି ସିକ୍ୟୁରିଟି ଆଲର୍ଟ । ଏମାନେ ଡ୍ରୋନଭିତ୍ତିକ ବୋମା, ପ୍ରୋଜେକ୍ଟାଇଲ, ମିସାଇଲ ଆଦିର ବ୍ୟବହାର ନେଇ ତାଲିମ ପାଇଥିବାବେଳେ ଜଙ୍ଗଲ ଯୁଦ୍ଧରେ ନିପୁଣ ଥିବା ସୂଚନା ମିଳିଛି ।