କନକ ବ୍ୟୁରୋ: ନାଇଜେରିଆରେ ବଡ଼ ଅଘଟଣ । ସୋକୋଟୋରେ ବୋଟ୍ ଓଲଟି ୪୦ରୁ ଅଧିକ ଲୋକ ନିଖୋଜ । ନାଇଜେରିଆର ଉତ୍ତର-ପଶ୍ଚିମ ସୋକୋଟୋ ରାଜ୍ୟରେ ବୋଟ୍ ଓଲଟି ପ୍ରାୟ ୪୦ରୁ ଅଧିକ ଲୋକ ନିଖୋଜ ହୋଇଛନ୍ତି । ଗୋରୋନ୍ୟୋ ବଜାରକୁ ୫୦ରୁ ଅଧିକ ଯାତ୍ରୀ ନେଇ ଯାଉଥିବା ବୋଟ୍ ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ନାଇଜେରିଆର ଜାତୀୟ ଜରୁରୀକାଳୀନ ପରିଚାଳନା ସଂସ୍ଥା କହିଛି, ଏପର୍ଯ୍ୟନ୍ତ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଏନଇଏମଏର ନିର୍ଦ୍ଦେଶକ ଜୁବୈଦା ଉମର କହିଛନ୍ତି, ଜରୁରୀକାଳୀନ ଟିମ୍‌ ନିଖୋଜମାନଙ୍କୁ ଖୋଜିବା ଅଭିଯାନ ଜାରି ରହିଛି । ବୋଟ ରେ ଅତ୍ୟଧିକ ଲୋକ ଏହି ଦୁର୍ଘଟଣାର କାରଣ ହୋଇପାରେ ବୋଲି ସ୍ଥାନୀୟ ଅଧିକାରୀ କହିଛନ୍ତି । ୨୦୨୪ ଅଗଷ୍ଟରେ ସୋକୋଟୋରେ  ସମାନ ଦୁର୍ଘଟଣାରେ ୧୬ ଜଣ କୃଷକ ପ୍ରାଣ ହରାଇଥିଲେ ।