୫ ମାସରେ ମଲେଣି ୪୦ରୁ ଅଧିକ ହାତୀ: ପାଟ୍ରୋଲିଂ ବ୍ୟବସ୍ଥା ସତ୍ୱେ କେମିତି ପ୍ରାଣ ହରାଉଛନ୍ତି ହାତୀ?

Advertisment

୫ ମାସରେ ମଲେଣି ୪୦ରୁ ଅଧିକ ହାତୀ। ପାଟ୍ରୋଲିଂ ବ୍ୟବସ୍ଥା ସତ୍ବେ କେମିତି ପ୍ରାଣ ହରାଉଛନ୍ତି ହାତୀ । ତାହା ଏବେ ବଡ଼ ପ୍ରଶ୍ନ । ତେଣୁ ଆରସିସିଏଏଫ୍ ଓ ଡିଏଫଓଙ୍କୁ ଜବାବ ମାଗିଛନ୍ତି ପିସିସିଏଫ ।

୫ ମାସରେ ମଲେଣି ୪୦ରୁ ଅଧିକ ହାତୀ। ପାଟ୍ରୋଲିଂ ବ୍ୟବସ୍ଥା ସତ୍ବେ କେମିତି ପ୍ରାଣ ହରାଉଛନ୍ତି ହାତୀ । ତାହା ଏବେ ବଡ଼ ପ୍ରଶ୍ନ । ତେଣୁ ଆରସିସିଏଏଫ୍ ଓ ଡିଏଫଓଙ୍କୁ ଜବାବ ମାଗିଛନ୍ତି ପିସିସିଏଫ ।

elephant

କନକ ବ୍ୟୁରୋ: ୫ ମାସରେ ମଲେଣି ୪୦ରୁ ଅଧିକ ହାତୀ। ପାଟ୍ରୋଲିଂ ବ୍ୟବସ୍ଥା ସତ୍ବେ କେମିତି ପ୍ରାଣ ହରାଉଛନ୍ତି ହାତୀ । ତାହା ଏବେ ବଡ଼ ପ୍ରଶ୍ନ । ତେଣୁ ଆରସିସିଏଏଫ୍ ଓ ଡିଏଫଓଙ୍କୁ ଜବାବ ମାଗିଛନ୍ତି ପିସିସିଏଫ । ହାତୀ ରାମୁର ମୃତ୍ୟୁ ପରେ ଏବେ ଚେତିଛି ବନ ବିଭାଗ। ହେଡ଼କ୍ବାର୍ଟରରୁ ଆରସିସିଏଏଫ୍ ଓ ଡିଏଫଓଙ୍କୁ ଚିଠି ଲେଖାଯାଇଛି । ବନ୍ୟପ୍ରାଣୀଙ୍କ ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ରାଜ୍ୟ ବନ ବିଭାଗରେ ୩୯୭ ଟି ସ୍କ୍ୱାର୍ଡ କାର୍ଯ୍ୟରତ ଅଛନ୍ତି। ଏତେ ସଂଖ୍ୟକ ସ୍କ୍ୱାର୍ଡ ଥିବା ସତ୍ତ୍ୱେ ଚଳିତ ଆର୍ଥକ ବର୍ଷରେ ୪୦ରୁ ଅଧିକ ହାତୀଙ୍କ ମୃତ୍ୟୁ ହୋଇ ସାରିଲେଣି। କିନ୍ତୁ କୌଣସି ସ୍କ୍ୱାର୍ଡ କାମର ସମୀକ୍ଷା ହେଉଛି ନା ବନ୍ୟପ୍ରାଣୀ ପିସିସିଏଫଙ୍କ କାର୍ଯ୍ୟାଳୟକୁ ରିପୋର୍ଟ ଦିଆଯାଉଛି। ତେବେ ଏ ନେଇ ବନ୍ୟପ୍ରାଣୀ ପିସିସିଏଫଙ୍କ କାର୍ଯ୍ୟାଳୟରୁ ସମସ୍ତ ଆରସିସିଏଏଫ୍ ଏବଂ ଡିଏଫଓମାନଙ୍କୁ ଏକ କଡ଼ା ଚିଠି କରାଯାଇଛି। ଏହି ଚିଠିରେ ବିଭିନ୍ନ ଯୋଜନାରେ କାର୍ଯ୍ୟରତ ସ୍କ୍ୱାର୍ଡମାନଙ୍କ କାର୍ଯ୍ୟଧାରା ଉପରେ ଅସନ୍ତୋଷ ବ୍ୟକ୍ତ କରାଯାଇଛି। ବନ ବିଭାଗର ସ୍କ୍ୱାର୍ଡ କର୍ମଚାରୀମାନେ ସ୍ଥାୟୀ ଚାକିରୀ ଭାବନାରେ ବୁଡ଼ି ରହିଛନ୍ତି, ଠିକ୍ରେ ପାଟ୍ରୋଲିଂ କରୁନାହାନ୍ତି ବୋଲି କୁହାଯାଇଛି। ଏହାସହ ବନ୍ୟପ୍ରାଣୀ ଏବଂ ସେମାନଙ୍କ ବାସସ୍ଥାନର ସୁରକ୍ଷା ପ୍ରତି ଧ୍ୟାନ ଦେଉନାହାନ୍ତି କିମ୍ବା ସେମାନଙ୍କ ବିରୋଧରେ କୌଣସି କାର୍ୟ୍ୟାନୁଷ୍ଠାନ ମଧ୍ୟ ନିଆଯାଉନାହିଁ। ତେଣୁ ଆରସିସିଏଫମାନେ ନିଜ ଡିଭିଜନକୁ ଆବଣ୍ଟନ ହୋଇଥିବା ସ୍କ୍ୱାର୍ଡ ମାନଙ୍କୁ ଠିକ୍ ସ୍ଥାନରେ ମୁତୟନ କରି ପାଟ୍ରୋଲିଂ କାମ ଠିକ୍ ଭାବେ କରିବା ପାଇଁ ଉକ୍ତ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ତେବେ ଆଉଟ୍ ସୋର୍ସିଂ ଜରିଆରେ କାମ କରୁଥିବା ସ୍କ୍ୱାର୍ଡ ମାନେ ଯେ ପର୍ଯ୍ୟନ୍ତ ଫିଲ୍ଡରେ ଠିକ କାମ କରୁଥିବେ, ସେମାନଙ୍କୁ କାର୍ଯ୍ୟରୁ ଅନ୍ତର ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି" ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe