କନକ ବ୍ୟୁରୋ: ରାଜ୍ୟରେ ଖାଲି ପଡିଛି ୩୦ ହଜାର ୫୪୦ ପ୍ରାଥମିକ ଶିକ୍ଷକ ପଦବୀ । ରାଜ୍ୟରେ ୧ ଲକ୍ଷ ୩୫ ହଜାର ୬୫୬ ମଞ୍ଜୁର ପ୍ରାପ୍ତ ଶିକ୍ଷକ ପଦବୀ ଥିବା ବେଳେ ଏତିକି ଖାଲି ପଡିଛି । ସର୍ବାଧିକ ଗଞ୍ଜାମ ଜିଲ୍ଲାରେ ୪ ହଜାର ୨୮୩ ପଦବୀ ଖାଲି ରହିଛି । ସେହିପରି ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୭୯୮ ଶିକ୍ଷକ ପଦବୀ ଖାଲି ପଡିଥିବା ବେଳେ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଗୁଡିକରେ ୨୩୭୨ ପଦବୀ ଖାଲି ରହିଛି । ଏବେ ୧୬ ହଜାର ୧୦ ପ୍ରାଥମିକ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଚାଲୁ ରହିଛି । ବିଧାୟକ ଚକ୍ରମଣୀ କହଁରଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ରାଜ୍ୟରେ ଖାଲି ପଡିଛି ୩୦ ହଜାରରୁ ଅଧିକ ଶିକ୍ଷକ ପଦବୀ ; ଗଞ୍ଜାମରେ ସବୁଠୁ ଅଧିକ ଭ୍ୟାକେନ୍ସି
ରାଜ୍ୟରେ ଖାଲି ପଡିଛି ୩୦ ହଜାର ୫୪୦ ପ୍ରାଥମିକ ଶିକ୍ଷକ ପଦବୀ । ରାଜ୍ୟରେ ୧ ଲକ୍ଷ ୩୫ ହଜାର ୬୫୬ ମଞ୍ଜୁର ପ୍ରାପ୍ତ ଶିକ୍ଷକ ପଦବୀ ଥିବା ବେଳେ ଏତିକି ଖାଲି ପଡିଛି ।