କନକ ବ୍ୟୁରୋ : ବାହାଘର ଭୋଜି ଖାଇ ୩ଶହରୁ ଅଧିକ ଲୋକ ଅସୁସ୍ଥ । ଗାଁରେ ପହଂଚିଛି ମେଡିକାଲ ଟିମ୍ । ଅସୁସ୍ଥ ଲୋକଙ୍କ ଚିକିତ୍ସା ଜାରି ରହିଛି । ଗାଁରେ ଏକ ବାହାଘରରେ ଭୋଜି ଖାଇ ୩୦୦ରୁ ଉର୍ଦ୍ଧ ଗ୍ରାମବାସୀ ଝାଡାବାନ୍ତିରେ ଅସୁସ୍ଥ ହୋଇପଡିଛନ୍ତି। କଟକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିର୍ଦେଶରେ ବାଙ୍କୀ ଉପଖଣ୍ଡ ଚିକିତ୍ସା ଅଧିକାରୀଙ୍କ ସମେତ ଏକ ମେଡିକାଲ ଟିମ ଗାଁରେ ପଂହଁଚି ଚିକିତ୍ସା ଜାରି ରଖିଛନ୍ତି। ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।
ଏହାକୁ ଦୃଷ୍ଟିରେ ରଖି ବାଙ୍କୀ ମେଡିକାଲରୁ ଅଧିକ ପରିମାଣର ସାଲାଇନ, ଓଆରଏସ ସହିତ ଆବଶ୍ୟକୀୟ ଔଷଧ ଅଣାଯାଇ ଗାଁରେ ମହଜୁଦ ରଖାଯାଇଛି । ବାଙ୍କୀରୁ ଆସିଥିବା ଏହି ମେଡିକାଲ ଟିମ ରାତି ତମାମ ଚିକିତ୍ସା ଜାରି ରଖିଛି । ସେପଟେ ଖାଦ୍ୟ କିପରି ଅପମିଶ୍ରଣ ହେଲା ସେନେଇ ଆଜି କଟକରୁ ଏକ ସ୍ୱତନ୍ତ ମେଡିକାଲ ଟିମ ଗାଁରେ ପଂହଁଚି ତଦନ୍ତ କରିବ ବୋଲି ବାଙ୍କୀ ଏସଡିଏମଓ ଜଣାଇଛନ୍ତି ।