ଗଭୀର କୂଅରେ ପଡିଗଲେ ୩୦ରୁ ଅଧିକ ବାରହା ; ଖାଦ୍ୟ ଖୋଜି ଯିବାବେଳେ ଘଟଣା ଘଟିଥିବା ଅନୁମାନ

କେନ୍ଦୁଝର ହରିଚନ୍ଦନପୁର ଭଗାମୁଣ୍ଡା ଗାଁ ନିକଟରୁ ଆସିଲା ଅଭାବନିୟ ଦୃଶ୍ୟ । ପରିତ୍ୟକ୍ତ କୂଅରେ ପଡ଼ିଲେ ୩୦ରୁ ଅଧିକ ଜଙ୍ଗଲି ବାରହା । ଖାଦ୍ୟ ଅନ୍ୱେଷଣରେ ଯାଇ ପଡିଥିବା ସନ୍ଦେହ । ଘଟଣାସ୍ଥଳରେ ପହଞ୍ଚିନି ବନବିଭାଗ ।

16barah

କନକ ବ୍ୟୁରୋ: କୁଅରେ ପଡିଲେ ବାରହା ପଲ । ୩୦ରୁ ଅଧିକ ଜଙ୍ଗଲୀ ବାରହା କୂଅ ଭିତରେ ଗଳି ପଡିଛନ୍ତି । କେନ୍ଦୁଝର ହରିଚନ୍ଦନପୁର ବ୍ଲକ ଜୁଙ୍ଗା ପଞ୍ଚାୟତ ଭଗାମୁଣ୍ଡା ଗାଁ କିସାନ ସାହିରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ଗାଁ ନିକଟ ଏକ ପରିତ୍ୟକ୍ତ କୁଅରେ ଜଙ୍ଗଲି ବାରହା ପଡିଥିବା ଦେଖି ବନବିଭାଗକୁ ଖବର ଦେଇଛନ୍ତି ଗ୍ରାମବାସୀ । 

ଖାଦ୍ୟ ଅନ୍ୱେଷଣରେ ରାତିରେ ବାରହା ପଲ ବାହାରିଥିଲେ । ଅନ୍ଧାରରେ ଦେଖିନପାରି କୂଅ ରେ ଖସିପଡିଥିଲା ଅନୁମାନ କରାଯାଉଛି । ସକାଳେ ସେହିବାଟ ଦେଇ ଲୋକ ଯାଉଥିବା ବେଳେ ବାରହା ପଲଙ୍କ ଚିତ୍କାର ଶୁଣି କୁଅକୁ ଦେଖିଥିଲେ । କୂଅ ଭିତରେ ୩୦ରୁ ଅଧିକ ବାରହା ପଡିଥିବା ଦେଖି ଉଦ୍ଧାର ପାଇଁ ବନବିଭାଗକୁ ଖବର ଦେଇଛନ୍ତି । ହରିଚନ୍ଦନପୁର ବ୍ଲକର ଭଗାମୁଣ୍ଡା ଅଞ୍ଚଳରେ ସବୁ ବେଳେ ବାରହା ଉପଦ୍ରପ କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe