କନକ ବ୍ୟୁରୋ: ଆଜି(ଶୁକ୍ରବାର) ଅପରାହ୍ନରୁ ଛତିଶଗଡ଼ରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ସଂଘର୍ଷ ଜାରି ରିହିଛି । ଏହି ସଂଘର୍ଷରେ ୩୦ ଜଣ ନକ୍ସଲଙ୍କୁ ନିପାତ କରିଛନ୍ତି ସୁରକ୍ଷାକର୍ମୀ । ପ୍ରଥମେ ୯ ଜଣ ନକ୍ସଲଙ୍କ ପ୍ରାଣହାନୀ ହୋଇଥିବା ନେଇ ସୂଚନା ମିଳିଥିଲା । ଛତିଶଗଡ଼ର ଦାନ୍ତେୱାଡ଼ା-ନାରାୟଣପୁର ସୀମାନ୍ତରେ ଏହି ସଂଘର୍ଷ ଜାରି ରହିଛି ।
ସର୍ଚ୍ଚ ଅପରେସନ ବେଳେ ଅନେକ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଥିବା ନେଇ ସୂଚନା ମିଳିଛି । ଊଜଏ ଓ ଝଞୠ ଫୋର୍ସର ଯବାନ ଏହି ଅପରେସନରେ ସାମିଲ ରହିଛନ୍ତି । ଗତ କିଛି ଦିନ ହେଲା ଏହି ଅଞ୍ଚଳରେ ମାଓ ଗତିବିଧି ବୃଦ୍ଧି ପାଇଥିଲା । ସୀମାନ୍ତରେ ମାଓବାଦୀମାନେ ଏକତ୍ରିତ ଥିବା ନେଇ କୌଣସି ସୂତ୍ରରୁ ସୂଚନା ପାଇବା ପରେ ଏଠାର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ସର୍ଚ୍ଚ ଅପରେସନ ବେଳେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହାପରେ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ । ବର୍ତ୍ତମାନ ସୁଦ୍ଧା ଏଭଳି ଅପରେସନ ମାଧ୍ୟମରେ ୧୭୧ ମାଓବାଦୀଙ୍କୁ ନିପାତ କରିଛନ୍ତି ସୁରକ୍ଷାକର୍ମୀ ।