କନକ ବ୍ୟୁରୋ : ଦେଶୀ କୁକୁଡ଼ା ଫାର୍ମରେ ଅଜଣା ଜନ୍ତୁ ଭୟ । ଫାର୍ମରେ ପଶି ୨୦୦ରୁ ଅଧିକ କୁକୁଡ଼ା ଖାଇଗଲା ଅଜଣା ଜନ୍ତୁ । ଅନେକ କୁକୁଡ଼ା ଛୁଆ ମରିପଡ଼ିଥିବା ଦେଖିବାକୁ ମିଳିଛି । ଗଞ୍ଜାମ ଖଲ୍ଲିକୋଟ ବ୍ଲକ କମଳାପଦର ଗାଁରେ ବିଳମ୍ବିତ ରାତିରେ ଜିତୁ ବାରିକ ନାମକ ଜଣେ କୁକୁଡ଼ା ଚାଷୀଙ୍କ ଫାର୍ମରେ ଅଜଣା ଜନ୍ତୁ ପଶି କୁକୁଡ଼ା ଖାଇଦେଇଥିବା ଅଭିଯୋଗ ହୋଇଛି । ଜିତୁ ଦୀର୍ଘ ୫ ବର୍ଷ ହେଲା ଦେଶୀ କୁକୁଡ଼ା ଚାଷ କରୁଥିବା ବେଳେ ଚଳିତବର୍ଷ ମଧ୍ୟ କୁକୁଡ଼ା ସହ କୁକୁଡ଼ା ଚିଆଁ ପାଳନ କରିଥିଲେ । କିନ୍ତୁ ଫାର୍ମର ବାଡ଼କାଟି ଫାର୍ମରେ ଥିବା ସମସ୍ତ କୁକୁଡ଼ାକୁ ଅଧା ଅଧା କରି ଖାଇଛି ଅଜଣା ଜନ୍ତୁ ।
ଦେଶୀ କୁକୁଡ଼ା ଫାର୍ମରେ ଅଜଣା ଜନ୍ତୁ ଭୟ : ଫାର୍ମରେ ପଶି ୨୦୦ରୁ ଅଧିକ କୁକୁଡ଼ା ଖାଇଯାଇଥିବା ଅଭିଯୋଗ
ଫାର୍ମରେ ପଶି ୨୦୦ରୁ ଅଧିକ କୁକୁଡ଼ା ଖାଇଗଲା ଅଜଣା ଜନ୍ତୁ । ଅନେକ କୁକୁଡ଼ା ଛୁଆ ମରିପଡ଼ିଥିବା ଦେଖିବାକୁ ମିଳିଛି ।
/kanak/media/media_files/2025/10/09/animal-2025-10-09-09-45-28.jpg)