ରାଜ୍ୟରେ ଖାଲି ପଡ଼ିଛି ୨ଲକ୍ଷରୁ ଅଧିକ ସରକାରୀ ପଦବୀ ; ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ଖାଲି ପଡ଼ିଛି ୨ଲକ୍ଷରୁ ଅଧିକ ସରକାରୀ ପଦବୀ ; ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମଞ୍ଜୁରୀପ୍ରାପ୍ତ ମୋଟ କର୍ମଚାରୀଙ୍କ ସଂଖ୍ୟା ୫ ଲକ୍ଷ ୯୬ ହଜାର ।

vacancy

କନକ ବ୍ୟୁରୋ :  ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ପଡ଼ିଛି କେତେ ପଦବୀ। ଗୃହରେ ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ଲିଖିତ ପ୍ରଶ୍ନର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟରେ ୨ଲକ୍ଷ ୫ହଜାରରୁ ଅଧିକ ସରକାରୀ ପଦବୀ ଖାଲି ପଡ଼ିଛି। ଏହାସହ ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ମୋଟ ସରକାରୀ କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ଗୃହରେ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟରେ ମୋଟ ସଂଖ୍ୟା ୫ ଲକ୍ଷ ୯୬ ହଜାର ମଞ୍ଜୁରୀପ୍ରାପ୍ତ କର୍ମଚାରୀ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏବେ ଆସନ୍ତୁ ନଜର ପକାଇବା, କେଉଁ ବିଭାଗରେ କେତେ ପଦବୀ ଖାଲି ପଡ଼ିଛି।

ଖାଲି ପଡ଼ିଛି ସରକାରୀ ପଦବୀ :

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ପଡ଼ିଛି ୨ଲକ୍ଷ ୫ହଜାର ପଦବୀ
ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ମୋଟ କର୍ମଚାରୀ ସଂଖ୍ୟା ୫ ଲକ୍ଷ ୯୬ ହଜାର
ସ୍କୁଲ ଓ ଗଣଶିକ୍ଷା ବିଭାଗରେ ୬୩ହଜାର ୪୬୫ ପଦବୀ
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୩୯ହଜାର ୧୨୭ ପଦବୀ
ଗୃହ ବିଭାଗରେ ୧୯ହଜାର ୬୬୯ ପଦବୀ
ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗରେ ୧୧ହଜାର ୮୧୦
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ୭ହଜାର ୬୫ ପଦବୀ
ଉଚ୍ଚଶିକ୍ଷା ବିଭାଗରେ ୩ହଜାର ୭୬୧ ପଦବୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe