ଡେଲାଙ୍ଗ ଅଞ୍ଚଳରେ ୧୭ରୁ ଅଧିକ ପିଲା ଜଣ୍ଡିସ୍‌ ଆକ୍ରାନ୍ତ, ଘରେଘରେ ଯାଇ ସଚେତନ କରୁଛନ୍ତି ଆଶା ଓ ଅଙ୍ଗନବାଡି କର୍ମୀ

Advertisment

ପୁରୀ ଜିଲ୍ଲାର ଡେଲାଙ୍ଗ ଅଞ୍ଚଳରେ ଜଣ୍ଡିସ୍‌ ରୋଗ ପ୍ରକୋପ ଦେଖାଦେବା ପରେ ପ୍ରଶାସନ ସତର୍କ ହୋଇଛି । ବିଶେଷକରି ବେରବୋଇ ପଞ୍ଚାୟତ ଅନ୍ତର୍ଗତ ଘଣ୍ଟ ବାଡେଇ ଗାଁରେ  ସଚେତନ କରିଛନ୍ତି ।

ପୁରୀ ଜିଲ୍ଲାର ଡେଲାଙ୍ଗ ଅଞ୍ଚଳରେ ଜଣ୍ଡିସ୍‌ ରୋଗ ପ୍ରକୋପ ଦେଖାଦେବା ପରେ ପ୍ରଶାସନ ସତର୍କ ହୋଇଛି । ବିଶେଷକରି ବେରବୋଇ ପଞ୍ଚାୟତ ଅନ୍ତର୍ଗତ ଘଣ୍ଟ ବାଡେଇ ଗାଁରେ  ସଚେତନ କରିଛନ୍ତି ।

12

Photograph: (kanak news)

କନକ ବ୍ୟୁରୋ : ପୁରୀ ଜିଲ୍ଲାର ଡେଲାଙ୍ଗ ଅଞ୍ଚଳରେ ଜଣ୍ଡିସ୍‌ ରୋଗ ପ୍ରକୋପ ଦେଖାଦେବା ପରେ ପ୍ରଶାସନ ସତର୍କ ହୋଇଛି । ବିଶେଷକରି ବେରବୋଇ ପଞ୍ଚାୟତ ଅନ୍ତର୍ଗତ ଘଣ୍ଟ ବାଡେଇ ଗାଁରେ  ସଚେତନ କରିଛନ୍ତି ।୧୭ରୁ ଅଧିକ ପିଲାଙ୍କ ମଧ୍ୟରେ ଜଣ୍ଡିସ ଲକ୍ଷଣ ଚିହ୍ନଟ ହେବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି ହୋଇଛି ।ଆକ୍ରାନ୍ତ ପିଲାମାନଙ୍କୁ ନିକଟସ୍ଥ ମେଡିକାଲରେ ଡାକ୍ତରୀ ଚିକିତ୍ସା ଦିଆଯାଉଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତୁରନ୍ତ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି । ଗାଁରେ ଘଣ୍ଟ ବାଡ଼େଇ ଓ ମାଇକ୍‌ ମାଧ୍ୟମରେ ଆଶାକର୍ମୀ ଏବଂ ଅଙ୍ଗନବାଡି କର୍ମୀମାନେ ଘରେଘରେ ଯାଇ ଲୋକଙ୍କୁ ସଚେତନ କରୁଛନ୍ତି ।


ସ୍ୱଚ୍ଛ ପାଣି ପିଇବା, ଖାଦ୍ୟ ପକାଇବା ପୂର୍ବରୁ ହାତ ଧୋଇବା, ବାହାର ଖାଦ୍ୟ ନ ଖାଇବା ସହ ଶରୀରରେ ଜଣ୍ଡିସ୍‌ ର ଲକ୍ଷଣ ଯଥା ଆଖି ଓ ଚର୍ମ ହଳଦିଆ ହେବା, ଦୁର୍ବଳତା ଆଦି ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ପରାମର୍ଶ ଦିଆଯାଇଛି ।ଏଥିସହ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଁର ପାଣି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ପରିବେଶ ସ୍ୱଚ୍ଛତା ଉପରେ ମଧ୍ୟ ବିଶେଷ ଜୋର ଦିଆଯାଇଛି। ପ୍ରଶାସନ କହିଛି ଯେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି ଏବଂ ଲୋକମାନେ ଭୟଭୀତ ନହୋଇ ସତର୍କ ରହିବାକୁ ଅନୁରୋଧ କରାଯାଇଛି ।

ଆହୁରି ପଢ଼ନ୍ତୁ:ପର୍ବପର୍ବାଣୀ ପୂର୍ବରୁ ପୁଲିସର କଡା ପ୍ରସ୍ତୁତି : ଶାନ୍ତି ଓ ସୁରକ୍ଷା ପାଇଁ ଡିଜିପିଙ୍କ କଠୋର ନିର୍ଦ୍ଦେଶ


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe