କନକ ବ୍ୟୁରୋ: ଯେତେବେଳେ ବାୟୁ ପ୍ରତିରକ୍ଷା ପ୍ରଣାଳୀ କଥା ସାମ୍ନାକୁ ଆସେ, ସେତେବେଳେ ସର୍ବପ୍ରଥମେ ଇସ୍ରାଏଲ୍ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ‘ଆଇରନ୍ ଡୋମ୍’ର ନାଁ ଚର୍ଚ୍ଚାକୁ ଆସିଥାଏ । ଆଇରନ୍ ଡୋମ୍ ଏପରି ଭାବରେ କାମ କରେ ଯେ ଏହା ବାୟୁ ମାର୍ଗରେ ଶତ୍ରୁ ପକ୍ଷରୁ ଆସୁଥିବା କ୍ଷେପଣାସ୍ତ୍ରକୁ ଚିହ୍ନଟ କରେ, ଏହାର ଗତିପଥ ପ୍ରତି ଧ୍ୟାନ ଦେଇଥାଏ। ଯଦି ଏହା ଜନବହୁଳ ଅଞ୍ଚଳକୁ ଟାର୍ଗେଟ କରିବାକୁ ପଠାଯାଇଛି, ସେତେବେଳେ ଏହାକୁ ଆଇରନ ଡୋମ ଇଣ୍ଟରସେପ୍ଟର ମିଜାଇଲ ବାୟୁ ମାର୍ଗରେ ନଷ୍ଟ କରି ଦେଇଥାଏ।
ମଧ୍ୟପ୍ରାଚ୍ୟରେ ଏବେ ଯୁଦ୍ଧର ଭୟାବହତା ବଢ଼ିବାରେ ଲାଗିଛି। ଇସ୍ରାଏଲ ଓ ଲେବାନନ ପରସ୍ପରକୁ ଆକ୍ରମଣ କରିଚାଲିଛନ୍ତି। ମିଜାଇଲ ସାଙ୍ଗକୁ ତୁହାକୁ ତୁହା ଗୁଳି ଗୋଳା ବର୍ଷଣ ଜାରି ରହିଛି। ସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ହିଜବୁଲ୍ଲାର ଆକ୍ରମଣ ପରେ ଇସ୍ରାଏଲ ବି ପାଲଟା ଆକ୍ରମଣ କରିଛି। ଉତ୍ତର ଲେବାନନରେ ଏନ ୟାକୁବ ଉପରେ ଘମାଘୋଟ ଆକ୍ରମଣ କରିଛି ନେତାନ୍ୟାହୁ ପ୍ରଶାସନ। ଜନବସତିରେ ଥିବା ବିଲଣ୍ଡିଂ ଉପରେ ମିଜାଇଲ ଆକ୍ରମଣରେ ୧୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଶରଣାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ଏହି କୋଠାରେ ବଡ଼ ଆକ୍ରମଣ କରିଛି ଇସ୍ରାଏଲ।
ଗାଜା ଓ ହିଜବୁଲ୍ଲା ସହ ସଂଘର୍ଷ ଜାରି ରଖିଛି ଇସ୍ରାଏଲ। ଇତିମଧ୍ୟରେ ଇସ୍ରାଏଲ ପୁଣି ଥରେ ଏୟାର ଷ୍ଟ୍ରାଇକ୍ କରିଛି। ଲେବନାନର ରାଜଧାନୀ ବେରୁଟ ସହର ଉପରେ କରିଛି ବୋମା ବର୍ଷା। ଏଥିରେ ଶିଶୁଙ୍କ ସମେତ ୪୦ ଜଣ ପ୍ରାଣ ହରାଇଛନ୍ତି। ତେବେ ଆକ୍ରମଣ ପୂର୍ବରୁ ଇସ୍ରାଏଲ ସେନା ସହରର ଅନେକ ସ୍ଥାନକୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲା। ତେବେ ବେରୁଟ ସହର ଉପରେ ଆକ୍ରମଣ କରିବା ପୂର୍ବରୁ କିନ୍ତୁ ଇସ୍ରାଏଲ ସେନା କୌଣସି ଆଗୁଆ ସୂଚନା ଦେଇନଥିଲା।
ଏହି ଭୟଙ୍କର ଯୁଦ୍ଧ ବେଳେ ଗୋଟିଏ ନୂଆ ଯୁଦ୍ଧାସ୍ତ୍ରର ନାଁ ସାମ୍ନାକୁ ଆସିଥିଲା। ଏହି ଯୁଦ୍ଧାସ୍ତ୍ରର ନାଁ ଆଇରନ୍ ଡୋମ୍। ସାମରିକ ଶକ୍ତି ସମ୍ପନ୍ନ ହମାସ ଓ ହିଜବୁଲ୍ଲାଠାରୁ ଅଧିକ ଶକ୍ତିଶାଳୀ ଇସ୍ରାଏଲ, ଖାସ୍ ଏହି ଆଇରନ୍ ଡୋମ୍ ପାଇଁ। ଏବେ କିନ୍ତୁ ଏହାକୁ ନେଇ ପ୍ରଶ୍ନ ଉଠିଛି, ଯେତେବେଳେ ହିଜବୁଲ୍ଲାର କ୍ଷେପଣାସ୍ତ୍ରକୁ ମାତ୍ ଦେବାରେ ବିଫଳ ହୋଇଛି ଆଇରନ ଡୋମ। ଆଇରନ୍ ଅର୍ଥାତ୍ ଲୁହା ଓ ଡୋମ୍, ଅଥାତ୍ ଅର୍ଦ୍ଧବୃତ୍ତାକାର ଏକ ଆବରଣ। ଯାହା ଭିତରୁ ଶକ୍ତିଶାଳୀ ମିଜାଇଲ ଉତକ୍ଷେପଣ ହୋଇଥାଏ। ଇସ୍ରାଇଲ କମ୍ପାନୀ ରାଫେଲ ଡିଫେନ୍ସ ଏହାର ନିର୍ମାତା।
ଇସ୍ରାଏଲ ଉପରେ ଲେବାନନ ୧୬୫ରୁ ଅଧିକ ମିଜାଇଲ ଆକ୍ରମଣ କରିଥିଲା। ଯେଉଁଥିରେ କିଛି ମିଜାଇଲକୁ ମାତ୍ ଦେବାରେ ଆଇରନ ଡୋମ ସଫଳ ହୋଇଥିବା ବେଳେ ଅନେକ କ୍ଷେପଣାସ୍ତ୍ରକୁ ଚେକ୍ ଦେଇପାରିନାହିଁ। ଏହି ଆଇରନ ଡୋମ ଶତ୍ରୁ ପକ୍ଷର କ୍ଷେପଣାସ୍ତ୍ରକୁ ଚିହ୍ନଟ କରି ଏହାକୁ ବାୟୁ ମାର୍ଗରେ ନଷ୍ଟ କରି ଦେଇଛି।
- ଆଇରନ୍ ଡୋମ୍ ହେଉଛି ଏକ ବହୁ ସ୍ତର ବିଶିଷ୍ଟ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ
- ଶତ୍ରୁ କ୍ଷେପଣାସ୍ତ୍ରକୁ ଚିହ୍ନଟ କରିବା, ଯୁଦ୍ଧ ପରିଚାଳନାରେ ସକ୍ଷମ ଆଇରନ ଡୋମ
- ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ପ୍ରଣାଳୀ ଏବଂ ଇଣ୍ଟରସେପ୍ଟର ମିଜାଇଲ ଚିହ୍ନଟ କରିବା ପାଇଁ ରାଡାର ବ୍ୟବସ୍ଥା ରହିଛି
ଆଇରନ୍ ଡୋମର ସବୁଠାରୁ ଭୟଙ୍କର ହେଉଛି ଏହି ତାମିର ମିଜାଇଲ । ଯେତେବେଳେ ସେ ଶତ୍ରୁପକ୍ଷର ମିଜାଇଲକୁ ନିଜ ଆଖ ପାଖରେ ଦେଖେ। ତେବେ ସେ ନିଜ ଭିତରୁ ବାହାରୁଥିବା ଇଲେକ୍ଟ୍ରିକ ଅପଟିକାଲ ୱେଭ୍ ଦ୍ୱାରା ନିଜକୁ ହିଁ ବିସ୍ଫୋରଣ କରେ। ଏହି ମିଜାଇଲ ୪ ରୁ ୭୦ କିମି ଦୂରରୁ ଶତ୍ରୁର ମିଜାଇଲକୁ ଧ୍ୱଂସ କରେ। ଏହି ମିଜାଇଲ, ଡୋମ୍ ଭିତରେ ଥିବା ଦ୍ୱିତୀୟ ସୋପାନ କଣ୍ଟ୍ରୋଲ ସିଷ୍ଟମ ଦ୍ୱାରା ପରିଚାଳିତ ହୋଇଥାଏ । ଯଦି ଶତ୍ରୁପକ୍ଷର କୌଣସି ମିଜାଇଲ ଅକସ୍ମାତ ଖସିଯାଏ, ତା ହେଲେ ଡୋମର ନିର୍ଦ୍ଦେଶ ମୁତାବକ ଏହା ପଛପଟୁ ସେହି ମିଜାଇଲକୁ ଧ୍ୱଂସ କରିଥାଏ। ଆଇରନ୍ ଡୋମ ଭ୍ରାମ୍ୟମାଣ ଯୁଦ୍ଧାସ୍ତ୍ର। ଯାହାକୁ ଗାଡ଼ିରେ ବୋହି ନେଇ ଯେ କୌଣସି ସ୍ଥାନରେ ସ୍ଥାନିତ କରାଯାଇପାରିବ।
- ଏହି ଯୁଦ୍ଧାସ୍ତ୍ରକୁ ୩ ଭାଗରେ ବିଭକ୍ତ କରାଯାଇଛି
- ପ୍ରଥମ ରାଡାର୍ ସିଷ୍ଟମ୍
- ପ୍ରତିପକ୍ଷରୁ ଆସୁଥିବା ରକେଟ୍ ଉପରେ ତୀକ୍ଷ୍ଣ ନଜର ରଖି ଉତକ୍ଷେପଣକୁ ଜଗିଥାଏ
- ଦ୍ୱିତୀୟରେ ଏହାର କଣ୍ଟ୍ରୋଲ ସିଷ୍ଟମ
- ମିଜାଇଲର ବେଗ ଓ ଏହା କେଉଁଠାରେ ପଡିବ, ସେ ସମ୍ଭାବ୍ୟ ସ୍ଥାନକୁ ଆକଳନ କରିଥାଏ
- ଯଦି ସମ୍ଭାବ୍ୟ ସ୍ଥାନରେ ମିଜାଇଲ ମାଡ଼ ଦ୍ବାରା କୌଣସି କ୍ଷତିର ସମ୍ଭାବନା ନ ଥାଏ, ତେବେ ଏହା କେବଳ ସାଇରନ୍ ବଜାଇ ସ୍ଥାନୀୟ ଅଧିବାସୀଙ୍କ ସୁରକ୍ଷିତ ସ୍ଥାନକୁ ଆସିବାକୁ ଚେତାଇ ଦିଏ
- କିନ୍ତୁ ଯଦି ପ୍ରତିପକ୍ଷର ମିଜାଇଲ, ଇସ୍ରାଏଲର କୌଣସି ବିଶାଳ ଜନବସତିକୁ ଧ୍ୱଂସ କରିବାକୁ ଆସେ, ତେବେ ଆଇରନ୍ ଡୋମର କଣ୍ଟ୍ରୋଲ ସିଷ୍ଟମ ତୃତୀୟ ଶକ୍ତିକେନ୍ଦ୍ର ଲଞ୍ଚରକୁ ସୂଚାଇ ଦେଇଥାଏ
- ଏହା ଉତକ୍ଷେପଣର ଅନ୍ତିମ ସୋପାନ
- ଏହି ସ୍ଥିତିରେ ଆଇରନ୍ ଡୋମରୁ ମିଜାଇଲ ଶତ୍ରୁପକ୍ଷ ଆଡକୁ ପ୍ରେରଣ କରିଥାଏ
- ଲଞ୍ଚରରେ ଥିବା ବ୍ୟାଟେରିକୁ ତାମିର କୁହାଯାଏ
- ଏହି ତାମିର ମିଜାଇଲ ହିଁ ଶତ୍ରୁ ଉପରକୁ ପଡିଥାଏ
- ଗୋଟିଏ ବ୍ୟାଟେରିରେ ୨୦ଟି ଇଣ୍ଟରସେପ୍ଟର ତାମିର ମିଜାଇଲ ରହିଥାଏ
- ଏ ସମସ୍ତ ପଦ୍ଧତି ଗୋଟିଏ ଡୋମ ଭିତରେ ରହିଥାଏ, ଏହାକୁ ଆଇରନ୍ ଡ୍ରୋନ କୁହାଯାଏ
ଇସ୍ରାଏଲର ଏୟାର ଡିଫେନ୍ସ ସିଷ୍ଟମ ‘ଆଇରନ୍ ଡୋମ୍’ର ଶକ୍ତି ସମଗ୍ର ବିଶ୍ୱକୁ ଚକିତ କରିଛି । ଆଇରନ୍ ଡୋମ୍ ପ୍ରାୟ ୯୦ ପ୍ରତିଶତ ସଠିକତା ଏବଂ ଆକାଶରେ ଶତ୍ରୁ କ୍ଷେପଣାସ୍ତ୍ର ଚିହ୍ନଟ ଏବଂ ନିପାତ ପାଇଁ ପ୍ରସିଦ୍ଧ। ଆଇରନ୍ ଡୋମ୍ର ମୂଲ୍ୟ ପାଖାପାଖି ୩ ଲକ୍ଷ କୋଟି ଟଙ୍କା। ତେବେ ଇସ୍ରାଏଲ ଆକାଶରେ ଏହା କେମିତି ବିଫଳ ହେଲା ତାକୁ ନେଇ ପ୍ରଶ୍ନ ଉଠିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2024/11/12/sLjkoYPtpHBkmxTeOX9d.jpg)