ଇସ୍ରାଏଲ ନେଲା ପ୍ରତିଶୋଧ ; ଇରାନ ଉପରେ କଲା ୧୦୦ରୁ ଅଧିକ ମିଶାଇଲ ମାଡ

Advertisment

ଇସ୍ରାଏଲର ପ୍ରତିଶୋଧ । ଇରାନ ଉପରେ ୧୦୦ରୁ ଅଧିକ ମିସାଇଲ ମାଡ । ଅସ୍ତ୍ରାଗାର. ସୈନ୍ୟ ଆଡ୍ଡା ଧ୍ୱଂସ । ଆକ୍ରମଣ ପରେ ଇସ୍ରାଏଲକୁ ଇରାନର ନାଲିଆଖି ।

ଇସ୍ରାଏଲର ପ୍ରତିଶୋଧ । ଇରାନ ଉପରେ ୧୦୦ରୁ ଅଧିକ ମିସାଇଲ ମାଡ । ଅସ୍ତ୍ରାଗାର. ସୈନ୍ୟ ଆଡ୍ଡା ଧ୍ୱଂସ । ଆକ୍ରମଣ ପରେ ଇସ୍ରାଏଲକୁ ଇରାନର ନାଲିଆଖି ।

8erevenge

କନକ ବ୍ୟୁରୋ: ଇରାନ ଉପରେ ବଡ଼ ଧରଣର ଆକ୍ରମଣ କରିଛି ଇସ୍ରାଏଲ। ଚଳିତମାସ ୧ ତାରିଖରେ ଇରାନ କରିଥିବା ବଡ଼ କ୍ଷେପଣାସ୍ତ୍ର ଆକ୍ରମଣର ଜବାବ ଦେଇ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଏହି ଆକ୍ରମଣ କରିଛି। ଆତ୍ମରକ୍ଷା ପାଇଁ ଏହି ଆକ୍ରମଣ ଯୁକ୍ତିସଂଗତ। କେବଳ ସେତିକି ନୁହେଁ, କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ପାଇଁ ନାଗରିକମାନେ ସତର୍କ ରହିବା ପାଇଁ ଆଇଡିଏଫ୍‌ ପରାମର୍ଶ ଦେଇଛି। ଇସ୍ରାଏଲର ଆକ୍ରମଣରେ ଇରାନର ୨ ସୈନିକଙ୍କର ମୃତ୍ୟୁ ହୋଇଛି। ଇରାନର କ୍ଷେ‌ପଣାସ୍ତ୍ର ନିର୍ମାଣ କେନ୍ଦ୍ର, କ୍ଷେପଣାସ୍ତ୍ର ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ଉପରେ ଇସ୍ରାଏଲ ଆକ୍ରମଣ କରିଛି। ଯଦି ଇରାନ ପ୍ରତିଆକ୍ରମଣ କରେ ତା’ହେଲେ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଇସ୍ରାଏଲ ଚେତାବନୀ ଦେଇଛି। ଆମେରିକା ମଧ୍ୟ ଦୁଇ ରାଷ୍ଟ୍ରକୁ ଯୁଦ୍ଧ ବନ୍ଦ ପାଇଁ ପରାମର୍ଶ ଦେଇଛି। ଯଦି ଏହାର ଜବାବ ଦେବାକୁ ଇରାନ ପ୍ରୟାସ କରେ ତାହେଲେ ଏହାର ଚରମ ପରିମାଣ ଭୋଗିବ ବୋଲି ଆମେରିକା ଚେତାଇ ଦେଇଛି। ଇରାନ ସମେତ ସିରିୟା ରାଜଧାନୀ ଦାମାସକସ ଏବଂ କେତେକ ସାମରିକ ଘାଟି ଉପରେ ମଧ୍ୟ ଇସ୍ରାଏଲ ଆଜି ଆକ୍ରମଣ କରିଛି। ଇରାନ ଉପରେ ଆକ୍ରମଣ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ବରିଷ୍ଠ ଅଧିକାରୀମାନଙ୍କ ସହ ସୁରକ୍ଷା ସ୍ଥିତିର ସମୀକ୍ଷା କରିଛନ୍ତି।

ଯୁଦ୍ଧମୁହାଁ ସାରା ବିଶ୍ୱ: 

୨୪ ଦିନ ପରେ ଫେରିଲା ଯୁଦ୍ଧ
ଆକ୍ରମଣର ଜବାବ ଦେଲା ଇସ୍ରାଏଲ
ଟାର୍ଗେଟ୍‌ରେ ଇରାନର କ୍ଷେପଣାସ୍ତ୍ର ନିର୍ମାଣ କେନ୍ଦ୍ର
ଇରାନ ଭିତରେ ପଶିଲା ଇସ୍ରାଏଲର ୧୦୦ରୁ ଅଧିର ଫାଇଟର ଜେଟ୍
ଇସ୍ରାଏଲର ଆକ୍ରମଣରେ ଇରାନର ୨ ସୈନିକଙ୍କର ମୃତ୍ୟୁ
ରାତି ୨ଟାରୁ ସକାଳ ୬ଟା ପର୍ୟ୍ୟନ୍ତ ଇସ୍ରାଏଲର ଏୟାରଷ୍ଟ୍ରାଇକ୍ 
ଇସ୍ରାଏଲର ପୁଣି ଆକ୍ରମଣ ଆଶଙ୍କାରେ ଇରାନ ବିମାନ ସେବା ବନ୍ଦ 
ଇରାନ୍‌ର ଧମକ: ଅନୁରୂପ ଜବାବ ଦିଆଯିବ

ଅନ୍ୟପଟେ ଇରାନ ଉପରେ ଆକ୍ରମଣକୁ ନିନ୍ଦା କରିଛି ସାଉଦି ଆରବ। ଏହା ଅର୍ନ୍ତରାଷ୍ଟ୍ରୀୟ ନିୟମର ଉଲ୍ଲଂଘନ ବୋଲି ସାଉଦି ଆରବ କହିଛି। ସେପଟେ ପାକିସ୍ତାନ ମଧ୍ୟ ଘଟଣାକୁ ନିନ୍ଦା କରିଛି। ଇରାନ, ଇରାକ ଓ ଇସ୍ରାଏଲର ସମସ୍ତ ଏୟାରସ୍ପେଶକୁ ଅସ୍ଥାୟୀଭାବେ ବନ୍ଦ ରଖାଯାଇଛି। ଆକ୍ରମଣପରେ ସୁରକ୍ଷା ସ୍ଥିତିର ସମୀକ୍ଷା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତାନ୍ୟାହୁ। ଇସ୍ରାଏଲ ସେନା, ଗୁଇନ୍ଦା ବିଭାଗ ମୋସାଦ ମୁଖ୍ୟଙ୍କ ସହ ଆଲୋଚନା କରି ପରବର୍ତ୍ତୀ ସ୍ଥିତି ସମୀକ୍ଷା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe